MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀଙ୍କ କର୍ମୀ ସମ୍ମିଳନୀ।

ମୋଟିଭି ଓଡିଶା : ଖୋର୍ଦ୍ଧା ୧୨/୦୫ : ଧିରେଧିରେ ସାରା ଓଡିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସେହିପରି ରାଜ୍ୟର ମର୍ଯ୍ୟଦା ପୂର୍ଣ୍ଣ ଆସନ ଖୋର୍ଦ୍ଧାରେ ମଧ୍ୟ ତିନି ରାଜନୈତିକ ଦଳର ପ୍ରାର୍ଥୀ ମାନେ ଲାଗିପଡିଛନ୍ତି। ଏଠାରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କର୍ମୀ ସମ୍ମିଳନୀ କରିଛନ୍ତି l ସବୁଠାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିପୁଳ ସମର୍ଥନ ମିଳୁଛି। ପ୍ରଶାନ୍ତ ଦୁଇ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି। ସେମାନେ ହେଲେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଏବଂ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସୋନାଲି ସାହୁ।

ପ୍ରଶାନ୍ତ ନିର୍ବାଚନ ପ୍ରଚାର ତରିକାକୁ ଭିନ୍ନ ପ୍ରକାରର କରିଛନ୍ତି। ପ୍ରଶାନ୍ତ ତାଙ୍କର ସଂଗଠନ କୁ ମଜବୁତ କରିବାରେ ଲାଗିଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କୁହୁଡି, ରତନପୁର,ମଗଂଳାଯୋଡି ଗ୍ରାମପଞ୍ଚାୟତରେ କର୍ମୀ ସମ୍ମିଳନୀ କରି ନବୀନ ପଟ୍ଟନାୟକ ଓ ବିଜେଡି ଦଳର ଷ୍ଟାର ପ୍ରାଚାରକ ଭୈରବ ପାଣ୍ଡିଆନକୁ କଡା ସମାଲୋଚନା କରିଛନ୍ତି। କୁହୁଡି ଗ୍ରାମପଞ୍ଚାୟତ ବିଜେପି କର୍ମୀ ସମ୍ମିଳନୀରେ ଜଣେ ବୃଦ୍ଧ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ତାମିଲ ଲୁଟେରା ପାଣ୍ଡିଆନକୁ ଓଡ଼ିଶାରୁ ତଡି ବିଜେଡିକୁ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।