January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୨୮ ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ‘ଲାପତା ଲେଡିଜ’

ଓସ୍କାର ୨୦୨୫ ପାଇଁ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ କିରଣ ରାଓଙ୍କ ଫିଲ୍ମ ‘ଲାପତା ଲେଡିଜ’ ଅଫିସିଆଲ୍ ଏଣ୍ଟ୍ରି କରିଛି । ଚଳିତ ବର୍ଷ ରିଲିଜ ହୋଇଥିବା ୨୮ ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି ଏହି ଫିଲ୍ମ l

ମୋ ଟିଭି ଓଡିଶା / ହାଇଦ୍ରାବାଦ :

ଅନ୍ତର୍ଜାତୀୟ ସ୍ତରରେ ଚମକିବ ବଲିଉଡ ଫିଲ୍ମ ‘ଲାପତା ଲେଡିଜ’ । ୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଏବେ ବିଶ୍ୱ ସ୍ତରରେ ଜଲୱା ଦେଖାଇବାକୁ ଯାଉଛି । ଏହି ଫିଲ୍ମ ବର୍ତ୍ତମାନ ଓସ୍କାର ୨୦୨୫ ପାଇଁ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଛି । ଯାହାକୁ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି । ଚଳିତ ବର୍ଷ ରିଲିଜ ହୋଇଥିବା ୨୯ ହାଇ ବଜେଟ୍ ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇ ସଫଳତା ହାତେଇଛି ଏହି ଫିଲ୍ମ । ଯାହାକୁ ନେଇ ସୋସିଆଲ ମିଡିଆ ଜରିଆରେ ଖୁସିବ୍ୟକ୍ତ କରିଛନ୍ତି କିରଣ ରାଓ । ସେ ଟିମକୁ କୃତଜ୍ଞତା ଜଣାଇ କହିଛନ୍ତି, ”ଚୟନରେ ସେ ଅତ୍ୟନ୍ତ ସମ୍ମାନିତ ଏବଂ ଅତ୍ୟଧିକ ଆନନ୍ଦିତ । ଏହି ସଫଳତା ତାଙ୍କ ଟିମର କଠିନ ପରିଶ୍ରମ ଏବଂ ନିଷ୍ଠାର ପ୍ରମାଣ ।”

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କିରଣ ରାଓ ଖୁସିବ୍ୟକ୍ତ କରିବା ସହ ପୁରା ଟିମକୁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି, “ମୁଁ ଅତ୍ୟନ୍ତ ସମ୍ମାନିତ ଏବଂ ଅତ୍ୟନ୍ତ ଖୁସି ଯେ ଆମ ଚଳଚ୍ଚିତ୍ର ‘ଲାପତା ଲେଡିଜ’ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଭାବରେ ମନୋନୀତ ହୋଇଛି । ଏହି ସଫଳତା ମୋର ସମଗ୍ର ଟିମ୍ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ । ଯାହାଙ୍କ ସମର୍ପଣ ଏବଂ ଉତ୍ସାହ ଏହି କାହାଣୀକୁ ଜୀବନ୍ତ କରିଥିଲା । ମୁଁ ଆଶା କରୁଛି ଯେ ଏହି ଚଳଚ୍ଚିତ୍ରଟି ଭାରତରେ ଥିବାରୁ ସାରା ବିଶ୍ୱରେ ଦର୍ଶକ ପସନ୍ଦ କରିବେ । ମୁଁ ଚୟନ କମିଟି ଏବଂ ଏହି ଚଳଚ୍ଚିତ୍ରରେ ବିଶ୍ୱାସ ରଖୁଥିବା ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି । ଚଳିତ ବର୍ଷ ଏହିପରି ଆଶ୍ଚର୍ଯ୍ୟଜନକ ଭାରତୀୟ ଚଳଚ୍ଚିତ୍ର ମଧ୍ୟରେ ମନୋନୀତ ହେବା ପ୍ରକୃତରେ ଗୌରବର ବିଷୟ, ଯେଉଁମାନେ ଏହି ସମ୍ମାନର ଯୋଗ୍ୟ ପ୍ରତିଯୋଗୀ ଅଟନ୍ତି । “

ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ରିଲିଜ ହୋଇଥିବା ଆନିମଲ, କିଲ୍, କଲ୍କି 2898 AD, ଶ୍ରୀକାନ୍ତ, ଚନ୍ଦୁ ଚାମ୍ପିଅନ୍, ଜୋରାମ, ମୈଦାନ, ସାମ ବାହାଦୂର, ଆର୍ଟିକିଲ 370, ମାଲାୟାଲମ୍ ଚଳଚ୍ଚିତ୍ର ଅଟାମ, ବାଜହଇ ସମେତ ୨୮ ଟି ଚଳଚ୍ଚିତ୍ର ବିରୋଧରେ ପ୍ରତିଯୋଗୀତା କରିଥିଲା । ସମସ୍ତହ୍କୁ ପଛରେ ପକାଇ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ କିରଣ ରାଓଙ୍କ ଫିଲ୍ମ ‘ଲାପତା ଲେଡିଜ’ ଏଣ୍ଟ୍ରି କରିଛି ।

‘ଲାପତା ଲେଡିଜ୍’ ହେଉଛି ଏକ କମେଡି ଡ୍ରାମା ଫିଲ୍ମ । ବିବାହ ପରେ ନିଖୋଜ ଥିବା ଦୁଇଜଣ ମହିଳାଙ୍କ ଏହା ହେଉଛି କାହାଣୀ । ଏହି ଚଳଚ୍ଚିତ୍ରର କାହାଣୀ ସୁରଜମୁଖୀ ଗାଁର ବାସିନ୍ଦା ଦୀପକ (ସ୍ପର୍ଶ ଶ୍ରୀବାସ୍ତବ) ଙ୍କ ଠାରୁ ଆରମ୍ଭ ହୋଇଛି, ଯିଏକି ତାଙ୍କ ନବ ବିବାହିତ ପତ୍ନୀ ଫୁଲ୍ (ନିତାଂଶି ଗୋୟଲ) କୁ ପ୍ରଥମ ଥର ପାଇଁ ତାଙ୍କ ଶାଶୁ ଘରକୁ ନେଇ ଯାଉଛନ୍ତି । କିନ୍ତୁ ଫୁଲ୍ ହଠାତ୍ ଟ୍ରେନରେ ବଳି ଯାଆନ୍ତି ଏବଂ ଦୀପକ ଫୁଲ୍ ବଦଳରେ ଅନ୍ୟ ଜଣେ ମହିଳା (ପ୍ରତୀଭା ରାଣ୍ଟା)ଙ୍କୁ ଘରକୁ ନେଇ ଆସୁଛନ୍ତି । ଏହା ପରେ, ତାଙ୍କ ଜୀବନରେ ଏପରି କିଛି ଘଟଣା ଘଟେ, ଯାହା ବେଶ ମଜାଦାର ଅଟେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।