MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାଣନ୍ତୁ ସୁଭଦ୍ରା ଯୋଜନାରୁ କିଏ ପଡ଼ିବେ ବାଦ୍‌

ମୋ ଟିଭି ଓଡିଶା ବ୍ୟୁରୋ : ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ୪ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍‌ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା।

ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଏବଂ କିଏ ବାଦ୍‌ ପଡ଼ିବେ ଏହାକୁ ନେଇ ଚାଲିଛି ଆଲୋଚନା।
୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ବି ଘୋଷଣା କରାଯାଇଛି।

ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ଜାଣନ୍ତୁ…

୧.ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ।

୨.ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ।

୩. କେବଳ ବିବାହିତା ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ।

୪.ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।

୫.ଆବେଦନକାରୀ କୌଣସି ସରକାରୀ ଚାକିରି କରି ନ ଥିବେ।

୬.ଅବିବାହିତାମାନେ ଆବେଦନରୁ ବାଦ୍‌ ପଡ଼ିବେ।

ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନକାରୀମାନେ ଓ୍ବେବ୍‌ସାଇଟ୍‌କୁ ଯାଇ ନିଜର ତଥ୍ୟ ପୂରଣ କରି ଆବେଦନ କରିବେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କ’ଣ କ’ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଜାଣି ରଖନ୍ତୁ।

-ଆଧାର କାର୍ଡ
-ବ୍ୟାଙ୍କ ଆକାଉଣ୍ଟ ତଥ୍ୟ
-ଠିକଣା ପ୍ରମାଣପତ୍ର
-ମୋବାଇଲ ନମ୍ବର
-ପାସପୋର୍ଟ ଫଟୋ
-ଆୟ ପ୍ରମାଣପତ୍ର
-ରାଶନ କାର୍ଡ

ଖୁବ୍‌ଶୀଘ୍ର ନୋଟିଫିକେଶନ ଆସିବ ଓ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରଡ଼ା ବିଭାଗୀୟ ବୈଠକରେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସୁଭଦ୍ରା ଯୋଜନା ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି ୧୦୦ ଦିନ ଭିତରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।