ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୬
ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଶ୍ରୀମନ୍ଦିର ରୁ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀରେ ବିରାଜମାନ କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। କୋକସରା ଜଗନ୍ନାଥ ମନ୍ଦିରରେ ମଧ୍ୟ ରୀତିନୀତି ଅନୁସାରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସଵ ଅନୁଷ୍ଠିତ ହୋଇଥିଲା।

ମନ୍ଦିର ପୁଜକ ପ୍ରଦୀପ୍ତ ପାଟଯୋଶୀ ଓ ଘନଶ୍ୟାମ ଶର୍ମା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା ପରେ ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରାଇଛନ୍ତି। ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିଥିଲେ। ଆସନ୍ତା ୭ ତାରିଖରେ ଶ୍ରୀ ଜୀଉଙ୍କ ନେତ୍ରୋତ୍ସବ, ନବ ଯୌବନ ବେଶ, ଶ୍ରୀ ଗୁଣ୍ଡିଚା ଯାତ୍ରା, ୧୧ ତାରିଖରେ ହେରା ପଞ୍ଚମୀ ଓ ୧୫ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଆଜି ସ୍ନାନବେଶ ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ଓ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ବ୍ଲକ ଲଡୁଗାଁ, କାଉଡୋଳା, ଆମପାଣି, ଛିଲିପାମାଲ, ଟେମରା ଜଗନ୍ନାଥ ମନ୍ଦିରରେ ମଧ୍ୟ ନୀତିକାନ୍ତି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ