MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । ରବିବାର ସୁଦ୍ଧା ରାଜ୍ୟ ପୁଲିସ ମାମଲାର ତଦନ୍ତ ନସାରିଲେ ସିବିଆଇକୁ ତଦନ୍ତଭାର ଦିଆଯିବ ବୋଲି ମମତା ଆଜି ଘୋଷଣା କରିଛନ୍ତି । ସେପଟେ ନ୍ୟାୟ ଦାବିରେ ସାରାଦେଶରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ କରୁଛନ୍ତି ।

ଏହି ପ୍ରତିବାଦ ନ୍ୟାୟ ପାଇଁ। ଏହି ପ୍ରତିବାଦ ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ । ଦେଶର ବିଭିନ୍ନ ଘରୋଇ, ଆବାସିକ ହସ୍ପିଟାଲର ଶହଶହ ଡାକ୍ତର ଆଜି କାମ ଛାଡି ଧାରଣାରେ ବସିଛନ୍ତି ।ଗତ ସପ୍ତାହରେ ମହିଳା ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବିଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ବିରୋଧ କରାଯାଉଛି । ସୋମବାର ସାରା ଦେଶରେ ବନ୍ଦ ଡାକରା ଦେଇଛି ଜୁନିୟର ଡାକ୍ତର ସଂଘ । ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସାସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଂଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଂଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସେପଟେ ଆଇଏମଏ ମାମଲାର ନିରପେକ୍ଷ ଯାଂଚ ପାଇଁ ଦାବି କରିଛି । ଅନ୍ୟପଟେ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରଙ୍କ ପ୍ରମୁଖ ଦାବି ରହିଛି..
-ମାମଲାର ସିବିଆଇ ତଦନ୍ତ କରାଯାଉ
-ଦୋଷୀକୁ କଠୋର ଶାସ୍ତି ମିଳୁ
-ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯାଉ
-ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ

ମାମଲାରେ କୋଲକାତାର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି ସେପଟେ କଲେଜ ସୁପରିଟେଣ୍ଡଙ୍କୁ ରାତାରାତି ହଟାଯାଇଛି । ମାମଲାରେ ଜେରା ପାଇଁ ୩ଜଣ ଡାକ୍ତରଙ୍କୁ ସମନ ମଧ୍ୟ ପଠାଇଛି କୋଲାକାତା ପୁଲିସ । ସେପଟେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟକୁ ଘରୁ ଗିରଫ କରିଛି ପୁଲିସ । ସଂଜୟ ହସ୍ପିଟାଲର କର୍ମଚାରୀ ହୋଇନଥିଲେ ବି ଭଲ୍ୟୁଟାରୀ ଭାବେ କାମ କରୁଥିଲା ।ଏପରିକି ୩ଜଣ ସ୍ତ୍ରୀକୁ ଛାଡିବା ପରେ ନିକଟରେ ୪ର୍ଥର ପାଇଁ ବାହାହୋଇଥିଲା ।ତେବେ ହତ୍ୟାର କେବଳ ୬ଘଂଟା ପରେ ଅପରାଧୀକୁ କାବୁ କରିପାରିଛି ପୁଲିସ ।

ଡାକ୍ତରଙ୍କ ହତ୍ୟା ମାମଲା କ୍ରମଶ ରାଜନୈତିକ ମୋଡ ନେଉଛି । ମମତା ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ଅପରାଧ ବଢ଼ୁଥିବା ଦର୍ଶାଇ ପ୍ରଶ୍ନ କରୁଛି ବିଜେପି l ଗତ ସପ୍ତାହରେ ହସ୍ପିଟାଲ ବିଲଡିଂରୁ ଡାକ୍ତରଙ୍କୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା ।ନାଇଟ ଡ୍ୟୁଟି ପରେ ବିଶ୍ରାମ ନେଉଥିବା ସମୟରେ ଅଭିଯୁକ୍ତ ଦୁଷ୍କର୍ମ ପରି ବିଭତ୍ସ ହତ୍ୟା କରି ଫେରାର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।