ମୋ ଟିଭି ଓଡିଶା ବ୍ୟୁରୋ : ଆରଜି କର ମେଡିକାଲ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାରେ ଜାଣିଶୁଣି ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବୋଲି ସିବିଆଇ କୋର୍ଟଙ୍କୁ ଅବଗତ କରାଇଛି। ସିବିଆଇ ଗତକାଲି (ବୁଧବାର) କୋର୍ଟରେ ଦାଖଲ କରିଥିବା ଯୁକ୍ତି ଅନୁଯାୟୀ, ପୁଲିସ ଏବଂ ଗୁଇନ୍ଦା ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରୀ ଘୋଷ ଡାକ୍ତରଖାନାରେ ପହଞ୍ଚିଥିଲେ। ତେଣୁ ଏହା ସନ୍ଦେହ ସୃଷ୍ଟି କରିଥିବା ସିବିଆଇ ଜଣାଇଛି। ଶ୍ରୀ ଘୋଷଙ୍କ ମୋବାଇଲ କଲ ବିବରଣୀ ଅନୁଯାୟୀ, ଘଟଣାସ୍ଥଳରେ ଥାଇ ଶ୍ରୀ ଘୋଷ ଅନ୍ୟ କାହା ସହ କଥା ହେଉଥିଲେ ଏବଂ ତାଙ୍କ କହିବା ଅନୁସାରେ କାର୍ଯ୍ୟ କରୁଥିଲେ ବୋଲି ସିବିଆଇ କହିଛି। ସିବିଆଇ ପୂର୍ବରୁ ଅଭିଯୋଗ କରିସାରିଛି ଯେ କ୍ରାଇମ୍ ସିନରେ ତ୍ରୁଟି କରାଯାଇଛି। ପଚରାଉଚରା ବେଳେ ଘୋଷ ଘଟଣା ସମ୍ପର୍କରେ ଜାଣିବା ପରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜାଣିବା ପାଇଁ ସେମାନେ ଏକାଧିକ ଥର ପଚରାଉଚରା କରିଥିଲେ। ଘୋଷ ତଦନ୍ତକାରୀଙ୍କୁ କହିଛନ୍ତି ଯେ ସେ ଅନେକ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଏକ ତିନି ଜଣିଆ ଡାକ୍ତର ବୋର୍ଡ ଗଠନ କରିଛନ୍ତି। ଏହି ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଥିବା ବେଳେ ଅପରାହ୍ନ ୫ଟାରେ ଡାକ୍ତରୀ ବୋର୍ଡ ବୈଠକ ଡକାଯାଇଥିଲା।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।