January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭିଜିଲାନ୍ସ ରାଡାରରେ OFS ଅଧିକାରୀ ବିଜୟ କୁମାର୍ ମଙ୍ଗରାଜ ।

ମୋ ଟିଭି ଓଡିଶା / ଭୁବନେଶ୍ୱର :   ଭିଜିଲାନ୍ସ ରାଡାରରେ OFS ଅଧିକାରୀ ବିଜୟ କୁମାର୍ ମଙ୍ଗରାଜ । OSRTCର ଫାଇନାନ୍ସିଆଲ୍ ଆଡାଭାଇଜରଙ୍କ ଏହି ବାବୁଙ୍କ ଘରେ ଚାଲିଛି ରେଡ । ରେଡ ସମୟରେ ଘରୁ ମିଳୁଥିବା ଗହଣା ଦେଖି ଆଶ୍ଚର୍ଯ୍ୟ ଭିଜିଲାନ୍ସ ଅଧିକାରୀ କୌଣସି ଗହଣା ଦୋକାନଠୁ ବି କମ୍ ନୁହେଁ ଗହଣା । ବାବୁଙ୍କ ଆୟବହିର୍ଭୂତ ସମ୍ପତ୍ତି ଖୋଜୁ ଖୋଜୁ ଏମିତି କିଛି ସାମ୍ନାକୁ ଆସିଛି ବାବୁଙ୍କ ଘରୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଛି ରେଡ । ୮ ଡିଏସପି ୮ଇନସ୍ପେକ୍ଟର ଓ ୯ ଜଣ ଏଏସଆଇ ମିଶି ବିଭିନ୍ନ ସ୍ଥାନରେ ରେଡ କରୁଛନ୍ତି । ରେଡ ପରେ ସାମ୍ନାକୁ ଆସିଛି ପୁଳାପୁଳା ସୁନା ଗହଣା ଓ ସମ୍ପତ୍ତିର କାଗଜ ପତ୍ର । ଭୁବନେଶ୍ବର ନନ୍ଦନ ବିହାରର ଥିବା ଜେଡ ୧ ଇଷ୍ଟେଟରେ ଥିବା ଏକ ଫ୍ଲାଟରେ ରେଡ ବେଳେ ମିଳିଛି ଏଭଳି କିଛି ତଥ୍ୟ ।

ଭୁବନେଶ୍ବର, ବାରିପଦାରେ ଏକାଧିକ ଘର ଓ ଫ୍ଲାଟ୍‌ ସହ ଶ୍ରୀ ମଙ୍ଗରାଜଙ୍କ କେରଳରେ ଥିବା ଏକ ଘରକୁ ତଦନ୍ତକାରୀ ଦଳ ଠାବ କରିବାରେ ସକ୍ଷମ ହୋଇଛି। ଏହି ଚଢ଼ଉରେ ଭିଜିଲାନ୍ସ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ମଙ୍ଗରାଜଙ୍କ ଭୁବନେଶ୍ବର ନନ୍ଦନକାନନ ରାସ୍ତାରେ ଥିବା ଦାମୀ ଆପାର୍ଟମେଣ୍ଟ ଜେଡ୍‌ ୱାନ (ଜେଡ୍‌-୧) ଇଷ୍ଟେଟରେ ଏକ ଫ୍ଲାଟ୍, ରସୁଲଗଡ଼ସ୍ଥିତ ପଳାଶୁଣି ନ୍ୟୁ କଲୋନୀରେ ୨ଟି ଦୁଇ ମହଲା କୋଠା, ବାରିପଦା ଷ୍ଟେସନରୋଡ୍ ଢିପସାହିରେ ଗୋଟିଏ ଘର, ଭୁବନେଶ୍ବର ପାଣ୍ଡରା ମୌଜାରେ ୨ଟି ଦାମୀ ପ୍ଲଟ୍‌, ବିଭିନ୍ନ ବ୍ୟାଙ୍କରେ ଥିବା ୧ କୋଟି ୪୦ ଲକ୍ଷ ୧୨ ହଜାର ୧୯୩ ଟଙ୍କା, ୨ଟି କାର୍‌ ଓ ୫୦୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଠାବ କରିଛି। ଏଥିସହ ବୀମା ଜମା ସମେତ ରାଜ୍ୟ ବାହାରେ ଥିବା ପ୍ଲଟ୍‌ ଓ କୋଠା ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଏସବୁ ସ୍ଥାନ ସମେତ ଭିଜିଲାନ୍ସ ଭୁବନେଶ୍ବର ଓଏସ୍‌ଆରଟିସି କାର୍ଯ୍ୟାଳୟ, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ ଏବଂ ଇଡ୍‌କୋ ଟାୱାରରେ ଥିବା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।