ସୁନ୍ଦରଗଡ଼ : (ଦେବେନ୍ଦ୍ର କୁମାର ଭିତ୍ରିଆ) ଜିଲ୍ଲା କୁତ୍ରା ବ୍ଲକ୍ ର ସିଡ଼ିପି ଓ ଜୟଶ୍ରୀ ପଟ୍ଟନାୟକ ଆଜି ଜଣେ ଅଙ୍ଗନ ବାଡ଼ି କର୍ମୀଙ୍କ ଠାରୁ 2000 ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଗିରଫ ହେବା ପରେ ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଧିକ ତଦନ୍ତ ପାଇଁ ଅଣାଯାଇଛି । ଗିରଫ ଅଭିଯୁକ୍ତ ଜୟଶ୍ରୀ ପଟ୍ଟନାୟକ ତେଲିଘନା ଅଙ୍ଗନ ବାଡ଼ି କେନ୍ଦ୍ର ପରିଦର୍ଶନ କଲା ବେଳେ ସେହି କେନ୍ଦ୍ରରେ କିଛି ଅନିୟମିତତା ଦେଖିଥିଲେ । ପରେ ସେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଲଷ୍ଟୀକା ଖାଲକୋଙ୍କୁ ଏ ନେଇ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଟଙ୍କା ନ ଦେଲେ ସେ ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ କରିଦେବା ସହ ତାଙ୍କୁ ଚାକିରିରୁ ବିତାଡିତ କରିବାର ଧମକ ଦେଇଥିଲେ। ଫଳରେ ଅଙ୍ଗନବାଡି କର୍ମୀ ଜଣଙ୍କ ତାଙ୍କୁ ଟଙ୍କା ଦେବେ ବୋଲି ରାଜି ହେବା ସହ ରାଉରକେଲା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଆଜି ରାଉରକେଲା ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା । ରାଉରକେଲା ଭିଜିଲାନ୍ସ କେଶ ନମ୍ବର 12 ରେ ଦଫା 7 PC ( Amendnent) -2018 ରେ ତାଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜୟଶ୍ରୀ ପଟ୍ଟନାୟକଙ୍କୁ ଆଉ କିଛି ସମୟ ମଧ୍ୟରେ କୋର୍ଟ ଚାଲାଣ କରାଯିବ ବୋଲି ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ସୂଚନା ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।