February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ଯୁବକକୁ ହତ୍ୟା କରିଥିବା ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଘର ଠାରୁ କିଛି ଦୂରରେ ଯୁବକକୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ମାଓ ପୋଷ୍ଟର ଛାଡି ଚାଲି ଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ କୋଟଗଡ ଥାନା ଦୁର୍ଗାପାଙ୍ଗା ପଂଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବାଡ଼ିପଙ୍ଗା ଗାଁର ମେଟଲା ରଇତକୁ ମାଇବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଗତ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ । ଆଉ ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ସୋମବାର ଗାଁ ନିକଟରେ ତାଙ୍କର ମୃତ ଦେହ ପଡିଥିବା ସହ ଧମକପୂର୍ଣ୍ଣ ମାଓ ପୋଷ୍ଟର ପଡିଥିଲା। ଏମିତି କି ମେଟଲାର ମୃତ୍ୟୁ ପାଇଁ ନବୀନ ଓ ମୋଦି ସରକାର ଦାୟୀ ବୋଲି ଲେଖାଥିବା ପୋଷ୍ଟରରେ ଲେଖାଯାଇଛି । ମେଟଲା ଭଳି ଯେଉଁ ମାନେ ଦଲାଲ କାମ କରୁଛନ୍ତି, ସେମାନେ ନିଜର ଭୁଲକୁ ମାନି ପାର୍ଟି ପାଖରେ କ୍ଷମା ମାଗନ୍ତୁ ନଚେତ ଏରିଆ ଛାଡି ଚାଲି ଯାଆନ୍ତୁ, ନଚେତ ମେଟଲା ଭଳି ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି । ମାଓବାଦୀ ନୃଶଂସ ଭାବେ ମେଟଲାକୁ ହତ୍ୟା କରିବା ପରେ ପରିବାର ସମେତ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କୋଟଗଡ ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।