ମୋ ଟିଭି ଓଡିଶା / କଳାହାଣ୍ଡି : ୨୩/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସ୍ଥିତ ବେହେରା ଗ୍ରାମର ଗ୍ରାମପଞ୍ଚାୟତ ଭବନ ପରିସରରେ ଶୁକ୍ରବାର ଦଣ୍ଡପାଟ ବଣିକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବରିଷ୍ଠ ବ୍ୟବସାୟୀ ଲଲିତ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇ ଥିବା ବେଳେ ଘନଶ୍ୟାମ ପଟେଲ ଉପ ସଭାପତି , ତ୍ରିଲୋକ ନାଥ ସିଂହ ସମ୍ପାଦକ , ଅନିଲ ପଣ୍ଡା ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଭାବରେ ଲିଙ୍ଗରାଜ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ସେହିପରି ଈଶ୍ୱର ଲାଲ ଅଗ୍ରୱାଲ,ମୁକେଶ ଅଗ୍ରୱାଲ, ରୋସନ୍ ଲାଲ ଅଗ୍ରୱାଲ,ଲଲାଟ ବିଶି,ରାହାସ ନାଏକ,ଖଗେଶ୍ବର ବାଗ,ରଜୁସିଂହ ଠାକୁର ପ୍ରମୁଖ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି ।ଅଞ୍ଚଳର ଶହେ ରୁ ଅଧିକ ବ୍ୟବସାୟୀ ଯୋଗଦାନ କରି ଥିଲେ ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ