ସୋର : ସୋର ସବରେଜିଷ୍ଟର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ମୋହରିର ଖନ୍ତାପଡା ପଦାଗାଁ ଗ୍ରାମର ନିଶାକର ଦାସଙ୍କର ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ ୧୯୭୦ ମସିହା ଠାରୁ ସୋର ସବରେଷ୍ଟର କାର୍ଯ୍ୟାଳୟରେ ମୋହରର ଭାବେ କାର୍ଯ୍ୟ କରୁଥିବା ବେଳେ ଆଜି କାର୍ଯ୍ୟାଳକୁ ଆସୁଥିବା ବେଳେ ଘରେ ଦେହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ବାଲେଶ୍ଵର ସ୍ଥିତ ଜ୍ୟୋତି ହସପିଟାଲରେ ଭର୍ତି କରି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ହଠାତ ତାଙ୍କର ହୃଦ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା। ତାଙ୍କ ବିୟୋଗରେ ସୋର ସବରେଜିଷ୍ଟର ମଧୁରୀ ବେହେରା, ବରିଷ୍ଠ କିରାଣୀ ବିଦ୍ୟାଧର ଜେନା,କାର୍ଯ୍ୟାଳୟର କର୍ମଚାରୀ ଓ ମୋହରିର ରମାକାନ୍ତ ନାୟକ,ଗଣେଶ ପ୍ରସାଦ ବେହେରା, ବାରେନ୍ଦ୍ର ଜେନା, କାଶୀନାଥ ନାୟକ, ଦାମୋଦର ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଥିଲେ।
More Stories
କୋଷ୍ଟାଲ ହାଇଓ୍ବେ ପାଇଁ ସର୍ବସାଧାରଣ ଜନ ଶୁଣାଣି
ଦିନରାତି ବେଧଡ଼କ ଭାବେ ଚାଲିଛି ମାଙ୍କଡା ପଥର ଓ ମୋରମ ଲୁଟ ପ୍ରଶାସନ ଜଳକା।
ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ