ସୁନ୍ଦରଗଡ଼, ୨୦/୦୪: ମତଦାନ ହାର ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଭୋଟର ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦୁଃଖବନ୍ଧୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଟି ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳ ର ୩୭ ଗୋଟି ୱାର୍ଡ ମାନଙ୍କରେ ଭ୍ରମଣ କରି ଭୋଟ ଦାନ ନିମନ୍ତେ ଜନସଚେତନତା ସୃଷ୍ଟି କରିବ ।

ସେହିପରି ଆଜି ସୁନ୍ଦରଗଡ଼ ପୌର କାର୍ଯ୍ୟାଳୟ ଠାରେ ବୁଥ ସ୍ତରୀୟ ଅଧିକାରୀ, ସେକ୍ଟର ଅଫିସର ଓ ୱାର୍ଡ ଅଫିସର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେମାନଙ୍କୁ ନିର୍ଭୁଲ ନିର୍ବାଚନ ପ୍ରକ୍ରିୟା ତଥା ଭୋଟର ସଚେତନତା ସୃଷ୍ଟି ଉପରେ ତାଲିମ ଦିଆଯାଇଥିଲା।

ସେହିପରି ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ମତଦାନ ନିମନ୍ତେ ଜନସଚେତନତା ସୃଷ୍ଟି କରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ, ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ ତଥା ପୌର ପରିଷଦର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ _ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା |
ସ୍ଥାନୀୟ ଯାତ୍ରୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ :