MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ

ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ )୧୭/୦୯:

ରାଜ୍ୟ ରେ ଆଜି ସରକାର ଙ୍କ ମହିଳା କଲ୍ୟାଣକାରୀ ଯୋଜନା “ସୁଭଦ୍ରା ଯୋଜନା” ର ଶୁଭାରମ୍ଭ ହୋଇଅଛି। ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ସମସ୍ତ ବ୍ଲକ, ରାଉରକେଲା ମହାନଗର ନିଗମ ଏବଂ ସମସ୍ତ ପୌରାଞ୍ଚଳ ମାନଙ୍କରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସର ଉପରୋକ୍ତ ସମସ୍ତ ଅଞ୍ଚଳ ମାନଙ୍କରେ ବିଶାଳ ମହିଳା ସମାବେଶ ମଧ୍ୟ ହୋଇଥିଲା ଏବଂ ସମସ୍ତେ ରାଜ୍ୟସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ଏଲ ଇ ଡି ମାଧ୍ୟମରେ ସିଧା ପ୍ରସାରଣ ଦେଖିଥିଲେ। କାର୍ଯ୍ୟକ୍ରମ ରେ ଯୋଗ ଦେଇ ସମ୍ମାନନୀୟ ଅତିଥି ମାନେ ଏବଂ ଅଧିକାରୀ ମାନେ ସୁଭଦ୍ରା ଯୋଜନା ସଂପର୍କରେ ଆଲୋଚନା କରିଥିଲେ।


ଏହି ଅବସର ରେ ସଦର ବ୍ଲକ ର କିରେଇ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଯୋଗ ଦେଇ ସୁଭଦ୍ରା ଯୋଜନା ଦ୍ବାରା ମହିଳା ମାନେ ପରିବାର ର ଆର୍ଥିକ ସ୍ଥିତି କୁ ସୁଦୃଢ କରିବା ସହିତ ଏହି ଅର୍ଥ କୁ ଶିକ୍ଷା, ସ୍ବାସ୍ଥ୍ୟ କିମ୍ବା ଜୀବିକା କ୍ଷେତ୍ର ରେ ସୁବିନିଯୋଗ କରିପାରିବେ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସେହିଭଳି ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ କୌଣସି ସମୟ ସୀମା ନାହିଁ ତେଣୁ କୌଣସି ସମୟ ରେ ମଧ୍ୟ ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରି ପାରିବେ ବୋଲି କହିଥିଲେ।

କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ପାଇ କିଭଳି ଭାବେ ନିଜ ପରିବାର ର ଆର୍ଥିକ ସ୍ଥିତି କୁ ସୁଦୃଢ କରିବା ସହିତ ସେମାନଙ୍କ ସାମାଜିକ ଜୀବନ ରେ ମଧ୍ୟ କିଭଳି ଭାବେ ପରିବର୍ତ୍ତନ ଘଟିଛି ସେସଂପର୍କରେ ନିଜ ନିଜ ସଫଳତା ର କାହାଣୀ ବଖାଣି ଥିଲେ। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସଦର ବ୍ଲକ ର ସମସ୍ତ ଅଧିକାରୀ, ଅଙ୍ଗନୱାଡ଼ି କେନ୍ଦ୍ର, ବ୍ଲକ ସ୍ତରୀୟ ଫେଡେରେଶନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।