MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ବିବାଦକୁ ନେଇ ଆଇନମନ୍ତ୍ରୀଙ୍କ ଚେତାବନୀ।

ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ବିବାଦକୁ ନେଇ ଆଇନମନ୍ତ୍ରୀଙ୍କ ଚେତାବନୀ। କହିଲେ ମନ୍ଦିରକୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ। ଦୁଇ ଦିନ ଧରି ନୀତିକାନ୍ତି ବନ୍ଦ ଦୁର୍ଭାଗ୍ୟଜନକ । ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ । ଆଗାମୀ ଦିନରେ ଏପରି କଲେ କଡ଼ା କାର୍ଯ୍ୟନୁଷ୍ଠାନ ନେବେ ସରକାର ଏଭଳି କହି ଚେତାବନୀ ଦେଇଛନ୍ତି।

ସିଧାସଳଖ ଭାବେ କୌଣସି ବି ଜାଗାରେ ଠାକୁରଙ୍କ ନୀତିକାନ୍ତିରେ ବ୍ୟାଘାତ ଘଟିଲେ ସରକାର ଏହାକୁ ଗୁରୁତର ସହକାରେ ଦେଖିବେ। ଆଯୌତିକ ଭାବେ ନୀତିକାନ୍ତି ବନ୍ଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ ସରକାର । ଏହି ଘଟଣା ଏକ ଛୋଟ ସମସ୍ୟା କୁ ନେଇ ଘଟିଛି। ସେ ବାବଦରେ ଅନେକ କଥା ତର୍ଜମା ହେଇଚି। ଆଜି ଏହି କାରଣରୁ ଟ୍ରଷ୍ଟ ବୋର୍ଡର ଏକ ଜରୁରକାଳୀନ ବୈଠକ ଅପରାହ୍ନରେ ଡକାଯାଇଛି । ଟ୍ରଷ୍ଟ ବୋର୍ଡ ସମସ୍ତ ସେବାୟତ ବନ୍ଧୁଙ୍କୁ ଅନୁରୋଧ କରିବ ତୁରନ୍ତ ସେବା ପୂଜାକୁ ଆରମ୍ଭ କରନ୍ତୁ । କୌଣସି ସମୟରେ ଯେପରି ନୀତିକାନ୍ତି ବନ୍ଦ ପରି ଆଯୌତିକ କଥା ନ ହେଉ ସେଥିପାଇଁ ଟ୍ରଷ୍ଟ ବୋର୍ଡ ଏକ ଦୃଢ଼ ନିଷ୍ପତି ନେବେ। ଛତିଶା ପାଟକଙ୍କୁ ଏନେଇ ଜଣାଇ ଦିଆଯିବ। ଯେଉଁ ଗୋଟିଏ ସମସ୍ୟା ଥିଲା ସେବା ପୂଜାର ସତ୍ଵଲିପିର ଆଇନଗତ ଦିଗରେ ସମସ୍ୟା ରହିଛି। ସରକାର ଦ୍ବାରା ଗ୍ରହଣୀୟ।

ଏଥି ପାଇଁ ଖୁବ୍ ଶୀଘ୍ର ଅବସର ପ୍ରାପ୍ତ ହାଇକୋର୍ଟ ଜଜ୍ ଙ୍କ ଅଧ୍ୟକ୍ଷତାରେ ଏକ ଏକକ ସଦସ୍ୟ ବିଶିଷ୍ଟ କମିଶନ (single member commision) ସ୍ଥାପନ କରାଯିବ ଖୁବ୍ ଶୀଘ୍ର । କରିବା ପରେ ବିଭିନ୍ନ ନିଯୋଗ ସହ ସେ କଥା ହେବେ। ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ସହ ଯାହା ତଥ୍ୟ ପୂର୍ବରୁ ଅଛି ତର୍ଜମା କରିବା ପରେ କିଏ କେଉଁ ସେବା କରୁଥିଲେ ତାକୁ ନେଇ ୨ ମାସ ଭିତରେ ସମ୍ପୂର୍ଣ ଡ୍ରାଫ୍ଟ ବା ଅଦ୍ଭାଇଯାରି ଦେବେ। ରେକର୍ଡ ଅଫ୍ ରାଇଟ ଲାଗୁ କରିବା ପାଇଁ ଯେଉଁ ପ୍ରକ୍ରିୟା ତାହା ଦେବତ୍ତର ବିଭାଗ ଦେଖିବ। ଏହା ଲାଗୁ ହେବା ପରେ ସତ୍ୱାଲିପି ନେଇ ସେବାୟତ ଗୋଷ୍ଠୀ ଭିତରେ ଆଗାମୀ ଦିନରେ ସମସ୍ୟା ରହିବ ନାହିଁ। ଆମେ ସ୍ଥାୟୀ ସମାଧାନ ଚେଷ୍ଟା କରୁଛୁ ।ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ଆସିଥିଲେ ଓ ଯେଉଁମାନେ ନ ଆସିଥିଲେ ସମସ୍ତଙ୍କୁ ଅନୁରୋଧ କୌଣସି ବି କଥାରେ ଯଦି ସମସ୍ୟା ହେଉଛି ଟ୍ରଷ୍ଟ ବୋର୍ଡ କୁ ଜଣାନ୍ତୁ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।