February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୬ ଗୋଟି କମ୍ୟୁନିଟି ସପୋର୍ଟ ଙ୍କ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

ବିଧାୟକ ହିସାବରେ ମୁଁ ନିଶ୍ଚିତ ସହଯୋଗ କରିବି। ତେବେ ବର୍ତ୍ତମାନର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିଭଳି ପ୍ରତି ଗାଁ ଗହଳିରେ ପହଁଛି ପାରିବ, ସେଥିପାଇଁ ଆପଣ ମାନେ ଆଗେଇ ଆସନ୍ତୁ ବୋଲି କହିଥିଲେ।

ଖୋର୍ଦ୍ଧା : ୨୭/୧୦

ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ହୋଇଥିବା ମହିଳା ମହାସଙ୍ଘ ରେ କାର୍ଯ୍ୟରତ ୬ ଗୋଟି କମ୍ୟୁନିଟି ସପୋର୍ଟ , କର୍ମଚାରୀଙ୍କ ଦୀର୍ଘ ୭ ମାସର ଦରମା ବା ପାରିଶ୍ରମିକ ମିଳି ନଥିବାରୁ ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରାମପଞ୍ଚାୟତ ସ୍ତରୀୟ କର୍ମୀ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କୁ ପ୍ରଦାନ କରିଛନ୍ତି।

ସଙ୍ଘ ପକ୍ଷରୁ ଆୟୋଜିତ ଟାଉନ ହଲ ଠାରେ ଏକ ଉତ୍ସଵ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ନିଜ ର ବକ୍ତବ୍ୟ ରେ କହିଥିଲେ ଏ ମାଟି ତ୍ୟାଗ ଓ ବଳିଦାନର ମାଟି ଯେଉଁ ମାଟିର ଅର୍ଥନୈତିକ, ଓ ସାମାଜିକ ସ୍ତରର ବିକାଶ ପାଇଁ ମ”ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ଆପଣ ମାନେ ଧୈର୍ଯ୍ୟ ଧରନ୍ତୁ ସରକାର ଆପଣଙ୍କ ପାଇଁ ନିଶ୍ଚିତ ବକେୟା ପାରିଶ୍ରମିକ ଓ ସ୍ଥାୟୀ ଚାକିରୀ ପାଇଁ ସହଯୋଗ ର ହାତ ବଢାଇବେ।

ବିଧାୟକ ହିସାବରେ ମୁଁ ନିଶ୍ଚିତ ସହଯୋଗ କରିବି। ତେବେ ବର୍ତ୍ତମାନର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିଭଳି ପ୍ରତି ଗାଁ ଗହଳିରେ ପହଁଛି ପାରିବ, ସେଥିପାଇଁ ଆପଣ ମାନେ ଆଗେଇ ଆସନ୍ତୁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ନିକୁଞ୍ଜ ବିହାରୀ ପଟ୍ଟନାୟକ, ଖୋର୍ଦ୍ଧା ପୌର ପରିଷଦ ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ବ୍ଲକ ପ୍ରତିନିଧି ବିଭୁ ପ୍ରସାଦ ବଳିଆରସିଂ, ୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ ଦଳାଇ, ସଂଘର ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ପ୍ରଣତି କୋଦାମସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ ର ମୁଖ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।