November 1, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁଇଜଣ ହତ୍ୟା ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡାଦେଶ

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା, ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଏଡିଜେ କୋର୍ଟ।
Advertisement

Advertisement

କଳାହାଣ୍ଡି:୨୮/୧୦


ଗତ ୨୦୧୫ ମସିହାର ଏକ ହତ୍ୟାକାଣ୍ଡ ର ରାୟ ପ୍ରକାଶ ପାଇଛି । ଧର୍ମଗଡ ଅତିରିକ୍ତ ଜିଲ୍ଲା ଦ୍ୟୈରାଜଜ୍ (ADJ)ସୁରେଶ ଚନ୍ଦ୍ର ପ୍ରଧାନ ଦୁଇଜଣ ହତ୍ୟା ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡାଦେଶ ରେ ଦଣ୍ଡିତ କରିଛନ୍ତି । ଏବଂ ଜଣକା ୧୦ ହଜାର ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି।

ଅର୍ଥ ଜମା ନକଲେ ଆହୁରି ୬ମାସ ଦଣାଦେଶ ଶୁଣାଇଛନ୍ତି । ଗତ ୨୦୧୫ ମସିହାରେ କଳାହାଣ୍ଡି ଜୟପାଟଣା ଥାନା ଆମଯୋର ଗ୍ରାମର ଖଗେଶ୍ବର ରାଉତ ଓ ଗଦାଧର ରଣା ମିଶି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ମନୁରଣା କୁ ରାସ୍ତା ରେ ତଣ୍ଟିଚିପି ହତ୍ୟା କରିବା ପରେ ନିକଟସ୍ଥ ଶିଶୁଘାଟି ଡଙ୍ଗର ରେ ଫିଙ୍ଗି ଦେଇଥିଲେ ।

ପରେ ଜୟପାଟଣା ପୋଲିସ ଉଭୟ ଅଭିଯୁକ୍ତ କୁ ଗିରଫ କରିଥିବା। ସେମାନେ ଏବେ ଜାମିନ ରେ ଥିବା ବେଳେ ଆଜି କେସର ଶେଷ ଶୁଣାଣି କରି ଦଣ୍ଡାଦେଶ ଶୁଣାଇଛନ୍ତି ।

Advertisement

Latest news