ଦାରିଙ୍ଗବାଡି,୧୩/୦୪ (ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖାମା ଗ୍ରାମ ପଞ୍ଚାୟତ ସିରୁବାଲି ନୀଳଗିରି ସାହିର ରିଵାନା ମଲିକ ବୟସ ୪୫ ସ୍ତ୍ରୀ ରିତା ମଲିକ ଏବଂ ପୁଅ ୪ ଝିଅ ୨ ସର୍ବ ମୋଟ ୮ ଜଣ ଏହି ପରିବାର ଭଙ୍ଗା କୁଡ଼ିଆ ଘରେ ରହି ଜୀବନ ବିତାଉଚଛନ୍ତି l ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଗୃହ ବିଜୁ ପକ୍କା ଘର ଏହି ପରିବାର ପାଇଁ ସାତ ସପନ l ସମସ୍ତ ପ୍ରାମାଣ ପତ୍ର ଥାଇ ମଧ୍ୟ ରିଵାନା ମଳିକଙ୍କୁ ମିଳୁ ନାହିଁ ବାସ ଗୃହ l ବର୍ଷା ପବନରେ ଛତା ଧରି ବସି ପଡ଼ନ୍ତି, ଘର ଭିତରେ ନିଜ ପିଲାମାନଙ୍କର ସୁରକ୍ଷା ପାଇଁ ଅନେକ ଥର ସରକାରୀଙ୍କ ନିକଟକୁ ଯାଇଥିଲେ ମଧ୍ୟ ସଫଳତା ପାଇ ପାରିନାହାନ୍ତି ରିତା ମଳିକ l

ଭଲ ଘର ଖଣ୍ଡିଏ ଟିଏ ତିଆୟାରୀ କରିବା ପାଇଁ ପରିବାର ପକ୍ଷରୁ ସମ୍ଭବ ନୁହେଁ ବୋଲି କହିଛନ୍ତି l ସମାଜ ସେବି ପରମାନନ୍ଦ ନାୟକ ଦିନ ମଜୁରୀ ଯାଇ ଯାହାବି ମିଳୁଛି ସେଥିରେ ପରିବାର ଚଳିବା କଷ୍ଟ କର l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମାଳମାଳ ଯୋଜନା ପ୍ରସ୍ତୁତ କରି ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଥିବା ବେଳେ ସଠିକ ଗରିବ ହିତାଧିକାରୀଙ୍କୁ ମିଳିପାରୁନାହିଁ ଆବାସ ଘର ଗୁହାରି ପରେ ଗୁହାରି କରି ଚାଲିଛି ରିତା ମଳିକ l ପଞ୍ଚାୟତ କାର୍ଯ୍ୟଲୟ ଠାରୁ ବ୍ଲକ କାର୍ଯାଳୟ ପର୍ଯନ୍ତ ଘର ଖଣ୍ଡିଏ ପାଇଁ ଅଭିଯୋଗ କରି ଥିଲେ ମଧ୍ୟ୍ୟ କେହି ଶୁଣୁ ନାହାନ୍ତି ବଲି କହିଛନ୍ତି ରିତା ମଳିକ l ସରକାର ଗରିବ ଲୋକମାନଙ୍କୁ ଘର ଯୋଗାଉ ଥିବାବେଳେ ୬ଜଣ ପିଲା ଏବଂ ଆମେ ସ୍ୱାମୀ ସ୍ତ୍ରୀ ୮ଜଣ ଭଙ୍ଗା ଘରେ ରହି ଆସୁଅଛୁ l ଦେଖନ୍ତି ଏହିଁ ଘରକୁ ଦେଖି ଆପଣ ମାନେ ବୁଝି ପାରିବେ ପ୍ରକୃତରେ ଏହି ପରିବାର କି ପରି ବାସକରୁଛନ୍ତି l
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ