ମୋଟିଭି ଓଡିଶା / ପୁରୀ : ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ଶ୍ରୀମନ୍ଦିର ଚାରିପଟୁ ଖୋଲାହେଲା ଲାଇଟ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମୟରେ ଶ୍ରୀମନ୍ଦିର ଏବଂ ଏହାର ଚାରିପାଖକୁ ସମ୍ପୂର୍ଣ୍ଣ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିର ଚାରିପଟେ ବଡ଼ ବଡ଼ ଫୋକସିଂ ଲାଇଟ୍ ଲଗାଯାଇଥିଲା ଯାହା ଫଳରେ ରାତିରେ ବି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା।
କିନ୍ତୁ ରାଜ୍ୟରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବାପରେ ଏହି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ଆଉ ପୂର୍ବଭଳି ଶ୍ରୀମନ୍ଦିର ଆଲୋକମାଳାରେ ଝଲସୁନାହିଁ। ଜାଣିଶୁଣି ଠିକାଦାର ଏଭଳି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି ଓ ଲାଇଟ୍ ସବୁ ଖୋଲି ନେଇଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଶୁଣିବାକୁ ମିଳିଛି, ୪ ତାରିଖ ଫଳାଫଳ ଘୋଷଣା ପରେ ଏହି ଲାଇଟ୍କୁ ଲଗାଇଥିବା ଠିକାଦାର ଖୋଲି ନେଇଛନ୍ତି। ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।