ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତ ରେ ଦିନକୁ ଦିନ ବେ ଆଇନ ଦେଶୀ ମହୁଲି ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି, ବିଶେଷ କରି ନାବାଳକ ମାନେ ନିଶା ଶକ୍ତ ଅବସ୍ଥାରେ ବିଭନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ପୁରୁଷ ମାନେ ମଦ୍ୟପ ପାନ କରି ପରିବାର ମାନଙ୍କ ରେ କଳହ ସୃଷ୍ଠି କରୁଛନ୍ତି, ଅନେକ ସମୟରେ ଅକାଳ ମୃତ୍ୟୁ ର ଶିକାର ହେଉଥିବା ଅଭିଯୋଗ ହୋଇଛି। କାଟିଙ୍ଗିଆ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ଆଞ୍ଚଳିକ ମହିଳା ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି l
ଗୁରୁବାର ଦିନ ସଙ୍ଗଠନ ର ସଭାନେତ୍ରୀ ଯଜ୍ଞସିନି ମଲ୍ଲିକ, ସମ୍ପାଦିକା ସୁମତି ପାଢ଼ୀ ଓ ସରପଞ୍ଚ ଶୁଭଦ୍ରା ପଡରାଙ୍କ ନେତୃତ୍ୱରେ ମହିଳା ମାନେ ବ୍ରାହ୍ମଣୀଗାଁ ଥାନା କୁ ଆସି ମଦ କାରବାର ବନ୍ଦ କରିବା ପାଇଁ ଏକ ଲିଖିତ ଦାବିପତ୍ର ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ମହିଳା ମାନେ ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରଦାନ କରିଛନ୍ତି ଏବଂ ମହିଳା ମାନେ କହିଛନ୍ତି କି ମଦ ବେପାରୀ ମାନେ ଖୋଲାଖୋଲି ମଦ ବିକ୍ରୀ କରୁଛନ୍ତି ଏଵଂ ସାହସ ର ସହ କହୁଛନ୍ତି କି ପୋଲିସ୍ କୁ ଆମେ ମାସୁଆରୀ ଦେଉଛୁ ତୁମେ ଯେତେ ଅଭିଯୋଗ କଲେ ବି ଆମର ଡରିବାର ନାହିଁ ବୋଲି ଓଲଟା ମା ମାନଙ୍କୁ ଧମକ ଦେଉଛନ୍ତି। ଯଦିଓ ବେଆଇନ ମଦ କାରବାର ବନ୍ଦ କରିବା ରେ ପ୍ରଶାସନ ସହଯୋଗ ନ କଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ପାଇବା ପରେ ମା ସଂଘ ର ସହଯୋଗରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।