MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଜାରି ହୋଇଛି । ଏଥିରେ ୨୯ ଜଣଙ୍କ ନାଁ ଘୋଷଣା କରାଯାଇଛି । କପିଲ ମିଶ୍ରଙ୍କୁ କରାୱଲ ନଗରରୁ ଟିକେଟ ଦିଆଯାଇଛି । ଅନ୍ୟ ପ୍ରାର୍ଥୀମାନେ ହେଲେ ନରେଲାରୁ ରାଜ କରଣ ଖତ୍ରୀ, ତିମାରପୁରରୁ ସୂର୍ଯ୍ୟ ପ୍ରକାଶ ଖତ୍ରୀ, ମୁଣ୍ଡକାରୁ ଗଜେନ୍ଦ୍ର ଦାରାଳ ଓ କିରାରିରୁ ବଜରଙ୍ଗ ଶୁକ୍ଳା।

ସୁଲତାନପୁର ମାଜରାରୁ କରମ ସିଂହ କର୍ମା, ଶକୁର ବସ୍ତି ଆସନରୁ କରମେଲ ସିଂହ, ତ୍ରି ନଗର ଆସନରୁ ତିଲକ ରାମ ଗୁପ୍ତା, ସଦର ବଜାର ଆସନରୁ ମନୋଜ କୁମାର ଜିନ୍ଦଲ ଏବଂ ଚାନ୍ଦନୀ ଚୌକ ଆସନରୁ ସତୀଶ ଜୈନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ସେହିପରି ମାଟି ମହଲରୁ ଦୀପ୍ତି ଇନ୍ଦୋର, ବାଲିମରାନରୁ କମଲ ବାଗରୀ, ମୋତି ନଗରରୁ ହରିଶ ଖୁରାନା, ମାଡିପୁର (ଏସସି) ରୁ ଉର୍ମିଳା କୈଳାସ ଗଙ୍ଗୱାଲ, ହରି ନଗରରୁ ଶ୍ୟାମ ଶର୍ମା, ତିଲକ ନଗରରୁ ଶ୍ୱେତା ସାଇନି, ବିକାଶପୁରୀରୁ ପଙ୍କଜ କୁମାର ସିଂହ, ଉତ୍ତମ ନଗରରୁ ପୱନ ଶର୍ମା, ଦ୍ୱାରକାରୁ ପ୍ରଦ୍ୟୁମ୍ନ ରାଜପୁତ, ମାଟିଆଲାରୁ ସନ୍ଦୀପ ସେହରାୱତ, ନଜଫଗଡ଼ରୁ ନୀଲମ ପେହଲୱାନ ଏବଂ ପାଲାମରୁ କୁଲଦୀପ ସୋଲାଙ୍କିଙ୍କୁ ବିଜେପି ପ୍ରାର୍ଥୀ କରିଛି। ରାଜେନ୍ଦ୍ର ନଗରରୁ ଉମଙ୍ଗ ବଜାଜ, କସ୍ତୁରବା ନଗରରୁ ନୀରଜ ବସୋୟା ଓ ତୁଗଲକାବାଦରୁ ରୋହତାସ ବିଧୁରୀ ପ୍ରାର୍ଥୀ ହୋଇଛନ୍ତି।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।