MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୁଡ଼ାଗୁଡା ପଂଚାୟତ ଠାରେ ନୂତନ ଥାନା କାର୍ଯ୍ୟକ୍ଷମ ପାଇଁ ଅଂଚଳବାସୀଙ୍କ ଦାବି l




  

 
   ଦାରିଙ୍ଗବାଡ଼ି ୧୦/୦୪( ସୁଶାନ୍ତ କୁମାର ସାହୁ)- ୨୦୦୭-୦୮ ମସିହାରେ କନ୍ଧମାଳ ଜିଲ୍ଲାରେ ଦେଖାଦେଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ଦାରିଙ୍ଗବାଡ଼ି ବ୍ଲକରେ ମାଓବଦୀଙ୍କ କର୍ଯ୍ୟକଳାପ ଧୀରେ ଧୀରେ ବୃଦ୍ଧି ପାଇଥିଲା l ତେଣୁ ନକ୍ସଲ ଓ ମାଓବାଦୀଙ୍କ ପ୍ରଭାବ ରୋକିବା ନିମନ୍ତେ ବାଲିଗୁଡା ଥାନା ବୁଡ଼ାଗୁଡା
ପଞ୍ଚାୟତ ଠାରେ ଥିବା ଫାଣ୍ଡି ଏବଂ କାଟିଙ୍ଗିଆ ପଞ୍ଚାୟତ ଠାରେ ଥିବା ପୋଲିସ ଫାଣ୍ଡି କାଯ୍ୟକ୍ଷମ ଥିଲା । ତେବେ କାଟିଙ୍ଗିଆ ଫାଣ୍ଡି ଉପରେ ବାରମ୍ବାର ନକ୍ସଲଙ୍କ ଆକ୍ରମଣ ଯୋଗୁଁ ତାହା ବନ୍ଦ ହେବା ସହିତ ସେହି ନକ୍ସଲ ଓ ମାଓବାଦୀଙ୍କ ଭୟରେ ବୁଡ଼ାଗୁଡା ଠାରେ ନିର୍ମାଣ ହୋଇଥିବା ଫାଣ୍ଡିଟିକୁ ମଧ୍ୟ ୨୦୧୭ ମସିହାରେ ବନ୍ଦ କରିଦିଆଯାଇଛି l ଯାହା ଫଳରେ ବର୍ତ୍ତମାନ ୭ବର୍ଷ ରୁ ଉର୍ଦ୍ଧ ସମୟ ହେଲା ବୁଡ଼ାଗୁଡା ସମେତ ତିଲୋରୀ ଗୁମିକିଆ ଅଞ୍ଚଳବାସୀ ୩୫ରୁ ୪୦କିଲୋମିଟର ଦୂରରେ ଥିବା ବାଲିଗୁଡା ଥାନା ଉପରେ ନିର୍ଭର କରୁଥିବା ଯୋଗୁଁ ପୋଲିସ ସେଠାକୁ ନଆସୁଥିବା କାରଣରୁ ସେହି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବା ସହିତ ଅଞ୍ଚଳରେ ଚୋରି ଡକାୟତି ସହିତ ଖୁଲମ ଖୁଲ୍ଲା ଦେଶୀ ଏବଂ ବିଶେସୀ ମଦବ୍ୟବସାୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଓ ରାସ୍ତା କଡ଼ରେ ଜୋର ସୋର ରେ ଚାଲିଛି l ଯାହା ଦ୍ୱାରା ଲୋକେ ଦିନ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରି ଆଣିଥାନ୍ତି ସେଥିରେ ମଦ ପିଇବା ଯୋଗୁଁ ଘରେ ଘରେ ଝଗଡ଼ା ଲାଗେ ଓ ଅପମିଶ୍ରଣ ମଦ ପିଇ ଅନେକ ଲୋକ କମ ବୟସରେ ମୃତ୍ୟ ବରଣ କରୁଛନ୍ତି । ବୋଲି ଗ୍ରାମର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l


ଫାଣ୍ଡି ବନ୍ଦ ହେବା ପରେ ବୁଡ଼ାଗୁଡା ଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ୩ ତିନି ଥର କାନ୍ଥ ଭାଙ୍ଗି ଚୋରି ହୋଇଥିଲେ ବାରମ୍ବାର ଥାନାରେ ଏତଲା ଦେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ବାଲିଗୁଡା ପୋଲିସ କାହାରିକୁ ଗିରଫ କରି ପାରିନି ଯାହା କି ବାଲିଗୁଡା ପୋଲିସ ବିଭାଗର ପାରିବାପାଣିଆ କୁ ପଦାରେ ପକାଇ ଦେଇଛି ଅନ୍ୟପକ୍ଷରେ ମାଓ ବାଦୀ ଙ୍କ ଭୟରେ ଫାଣ୍ଡି ବନ୍ଦ ହୋଇଥିବା ଯୋଗୁଁ ଅଞ୍ଚଳରେ କୌଣସି ଲୋକଙ୍କ ସାମାନ୍ୟ ଝଗଡ଼ା ଅବା ଜମିଜମା ବିବାଦ ହେଲେ ସଠିକ ସମୟରେ ପୋଲିସ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ମାଓ ଭୟ ଥିବା କହି କେତେବେଳେ ବିଳମ୍ବରେ ଆସନ୍ତି । ବହୁ ଲୋକେ ବାଲିଗୁଡା ଥାନା ଉପରେ ନିର୍ଭର କରି ବହୁତ ଟଙ୍କା ପଇସା ସାରି ନ୍ୟାୟ ପାଇବା ପାଇଁ ଯାଇଥାନ୍ତି l ତେଣୁ ବର୍ତ୍ତମାନ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ନିଜ ଭାଗ୍ୟ କୁ ନିଜେ ଆଦରି ରହିଛନ୍ତି l ପୋଲିସ ଅଞ୍ଚଳକୁ ନ ଆସିବା କାରଣରୁ ଅଞ୍ଚଳରେ ଜୁଆଖେଳଠୁ ଆରମ୍ଭ କରି ଚୋରି ହାରୀ ବଢ଼ିବାକୁ ଲାଗିଛି l

ବୁଡ଼ାଗୁଡା ଗୁମିକିଆ ତିଲୋରୀ ଅଞ୍ଚଳବାସୀ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠା ରେ ଥାନା କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଜିଲ୍ଲାପାଳ ଓ କନ୍ଧମାଳ ଏସ. ପି ଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏଁ ତାହା କାର୍ଯ୍ୟକ୍ଷମ ହୋଇ ପାରିନଥିବା ତତ୍କାଳୀନ ସରପଞ୍ଚ ତାତୁରା ପ୍ରଧାନ ପ୍ରକାଶ କରିଛନ୍ତି l ତେବେ କେବେ ରାଜ୍ୟ ସରକାର ଏହି ଦୁର୍ଗମ ଅଞ୍ଚଳ ବାସୀ ଙ୍କୁ ସୁରକ୍ଷା ଦେବା ସହିତ ନିର୍ମାଣ ହୋଇଥିବା କୋଠାରେ ଥାନା କାର୍ଯ୍ୟ ଆରମ୍ଭ ହେବ ଏବଂ ଗୋଟିଏ ବ୍ଲକ ବାସିନ୍ଦା ଯେଭଳି ନ୍ୟାୟ ପାଇବା ପାଇଁ ଆଉ ଏକ ବ୍ଲକକୁ ନ ଯାଆନ୍ତି ସେଥି ପ୍ରତି ଧ୍ୟାନ ଦେବେ ତାହାକୁ ଅଞ୍ଚଳବାସୀଙ୍କ ଅପେକ୍ଷା l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।