ବ୍ୟାଙ୍କ ସେବା ପାଇଁ ଲମ୍ବା ଧାଡ଼ି ହେଲେ ମିଳୁନି ସେବା
ସମୟ ହେଲେ ଦ୍ଵାର ବନ୍ଦ, ନିରାଶ ରେ ଫେରୁଛନ୍ତି ଗ୍ରାହକ । ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କ ସମସ୍ୟା କେବେ ସୁଧୁରିବ
ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସମସ୍ୟା ସୁଧୁରିବା ର ନା ଧରୁ ନାହିଁ l ପ୍ରତ୍ୟେକ ଦିନ ୩୦-୪୦ ଜଣ ଗ୍ରାହକ ନିରାଶ ରେ ଫେରୁଥିବା ଜଣା ପଡୁଛି l ଆଗରୁ ଏପରି ଘଟଣା ଘଟୁ ଥିବାରୁ କର୍ମଚାରୀ ନିଯୁକ୍ତି ପାଇଁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇ ଥିଲା l
ଉକ୍ତ ଦାବୀ ଅନୁସାରେ ଜଣେ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଇଛି, ତଥାପି କାମ ହୋଇ ପାରୁନାହିଁ l ସମୟ ୪ଟା ହେଲେ ବ୍ୟାଙ୍କ୍ ଦ୍ଵାର ବନ୍ଦ ହୋଇ ଯାଉଛି l ପ୍ରତ୍ୟେକ ଦିନ ୩୦-୪ ୦ ଗ୍ରାହକ ବ୍ୟାଙ୍କ ସେବା ନ ପାଇଁ ନିରାଶ ରେ ଫେରୁଥିବା ଜଣା ପଡ଼ିଛି l ବ୍ରାହ୍ମଣୀଗାଁ ରୁ ସଲବା କୁ ପ୍ରାୟ ୩୫କିମି ଦୂର ହେଉଥିବା ବେଳେ ସକାଳ ପ୍ରାୟ ୮ଟା ରୁ ଆସି ବ୍ୟାଙ୍କ ଆଗରେ ଧାଡ଼ି କରନ୍ତି l ଅଶିକ୍ଷିତ ଥିବାରୁ ସେମାନଙ୍କୁ ଜଣା ନାହିଁ କେଉଁ କାମ ପାଇଁ କଣ କରିବାକୁ ପଡ଼ିବ, ବ୍ୟାଙ୍କ ର ଶୃଙ୍ଖଳା ଦୃଷ୍ଟି ରୁ ସମସ୍ତ ଙ୍କୁ ଧାଡ଼ି ରେ ଆସି କାମ କରିବାକୁ ବ୍ୟାଙ୍କ କର୍ମଚାରୀ ମାନେ କହୁଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମାନେ ଟଙ୍କା ବାନ୍ଧିବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବା ସମ୍ଭବ ହୋଇ ପାରୁ ନାହିଁ l
ଅନ୍ୟ ପକ୍ଷରେ ଧାଡ଼ିରେ ରହି ଥିବା ଗ୍ରାହକ ଙ୍କ କୌଣସି ଡକ୍ୟୁମେଣ୍ଟ ଅଭାବ ଥିଲେ ତାହା ଆଣିଲା ବେଳକୁ ଆଉ ଥରେ ଧାଡ଼ି ଲଗେଇ ବାକୁ ପଡ଼ିଥାଏ ଫଳ ରେ ତାହାର କାମ ହେବା ପୁର୍ବରୁ ବ୍ୟାଙ୍କ ରେ ତାଲା ପଡ଼ିଯାଏ। ଗ୍ରାହକ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବ୍ୟାଙ୍କ ମିତ୍ର ନିୟୋଜିତ ହୋଇ ଥାନ୍ତି, ଦୀର୍ଘ ଦିନ ହେଲା ଏଠି ବ୍ୟାଙ୍କ ମିତ୍ରଙ୍କ ଦେଖା ନାହିଁ। ବୟସ୍କ ବ୍ୟକ୍ତି ମାନେ ଧାଡ଼ି ରେ ବେଶି ସମୟ ଠିଆ ହୋଇ ରହିବା କେତେ କଷ୍ଟ ତାହା ସେମାନେ ନିଜେ ହିଁ ଜାଣନ୍ତି l
ଏପରି ବାୟୋବୃଦ୍ଧ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଗଲେ ସେମାନଙ୍କ କଷ୍ଟ ଦୂର ହେବ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହୋଇ ଯଦିଓ ସେମାନଙ୍କ ର କିଛି ହୋଇ ଯାଏ ତେବେ ସେଥି ପାଇଁ ଦାୟୀ କିଏ ହେବ ବୋଲି ସାଧାରଣ ରେ ପ୍ରଶ୍ନ ଉଙ୍କି ମାରିଛି। ଏସବୁ ସମସ୍ୟା ପ୍ରତି ଧ୍ୟାନ ଦେଇ ଦୂର ଦୁରାନ୍ତ ରୁ ଆସି ବ୍ୟାଙ୍କ ସେବା ନ ପାଇ ଫେରି ଯାଉଥିବା ଗ୍ରାହକ ଙ୍କ ପ୍ରତି ଧ୍ୟାନ ଦେଇ ବ୍ୟାଙ୍କ କର୍ତୃପକ୍ଷ ଉତ୍ତମ ସେବା ପ୍ରଦାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।