ବିଳମ୍ବିତ ରାତିରେ ଜାମିଆ ମସଜିଦ ପାଖ ମୋବାଇଲ ଦୋକାନ ରୁ କବାଟ ଭାଙ୍ଗି ଲୁଟ, ପୋଲିସ ର ନିଦ ହଜାଇଲେ ଲୁଟେରା
ପୋଲିସ କୁ ଖୋଲାଚାଲେଞ୍ଜ ଦେଇ ସହର ପ୍ରମୁଖ ବଜାର ଜମିୟା ମସଜିଦ ପାର୍ଶ୍ୱରେ ଥିବା ପଣ୍ଡା ମୋବାଇଲ ଦୋକାନରେ ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା l ମୋବାଇଲ ଦୋକାନର କବାଟ ଭାଙ୍ଗି ଲୁଟି ନେଇଛନ୍ତି ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ମୋବାଇଲ । ଏନେଇ ଦୋକାନ ମାଲିକ ଆଜି ସକାଳୁ ଦେଖି ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଉଛି । ପ୍ରକାଶ ଥାଉକି ଏହି ଘଟଣା ପୋଲିସ ର ମୁଣ୍ଡବ୍ୟଥା ର ବିଷୟ ହୋଇଛି l କାରଣ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ କୋର୍ଟ ଠାରୁ ମାତ୍ର ୧୦୦ମିଟର ଦୂରରେ ରହିଛି ଏହି ମୋବାଇଲ ଷ୍ଟୋର ରହିଥିବା ବେଳେ ଚୋରି ଘଟଣା ଆସିକା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି l
ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ଦୋକାନର କାଠ କବାଟ କୁ ଭାଙ୍ଗି ଦୋକାନରେ ମରାମତି ହେବାକୁ ଆସିଥିବା ପ୍ରାୟ ୪୦ରୁ ଉର୍ଦ୍ଧ ମୋବାଇଲ ଓ ବିକ୍ରି ପାଇଁ ରହିଥିବା ୭ଟି ନୁଆଁ ମୋବାଇଲ ଏବଂ ମୋବାଇଲ ରିପେରିଙ୍ଗ ପାର୍ଟସ ଆଦି ପାଖା ପାଖି ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଲୁଟିନେଇଛନ୍ତି । ତେବେ ପୋଲିସ ପକ୍ଷରୁ ଘଟଣା ର ଛାନଭିନ ଜାରରହିଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ଟିକିନିକି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଲୁଟ ଘଟଣା ରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ କାବୁ କରିବାରେ ପୋଲିସ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।