ମୋ ଟିଭି ଓଡିଶା / ପୁରୀ :
ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଅଭାବନୀୟ ଘଟଣା । ପହଣ୍ଡି ସମୟରେ ଦଇତାପତି ସେବାୟତଙ୍କ ହାତରୁ ଖସି ଯିବାରୁ ରଥ ଚାର ମାଳ ଉପରେ ପଡ଼ି ଗଲେ ପ୍ରଭୁ ବଲଭଦ୍ର । ଏହି ଘଟଣାରେ ଅନେକ ସେବାୟତ ଆହତ ହେଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି । ତେବେ ପ୍ରଭୁ ବଲଭଦ୍ରଙ୍କ ପହଣ୍ଡରେ ଏଭଳି ତ୍ରୁଟି କିଭଳି ହେଲା ସେ ନେଇ ପ୍ରଶ୍ନ ଉଠିଛି । ପହଣ୍ଡି ସମୟରେ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବା କଥା । ହେଲେ କେବଳ ଯୁବ ଦଇତାପତି ସେବାୟତ ଥିବାରୁ ଏଭଳି ପହଣ୍ଡିରେ ତ୍ରୁଟି ହୋଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ପହଣ୍ଡିରେ ଖାମଖିଆଲି ମନୋଭାବ ଠିକ୍ ନୁହେଁ ବୋଲି ଭକ୍ତ କହିଛନ୍ତି । ତେବେ ପ୍ରଭୁଙ୍କ ପହଣ୍ଡି ବେଳେ ରଥ ଉପରୁ ପଡିଗଲେ ଏହା ଅଶୁଭ ସଂକେତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।