ବିବାହିତା ମହିଳା ଙ୍କୁ ଭଲପାଇ ରଖିଲେ ଶାରୀରିକ ସମ୍ପର୍କ କିଛି ଦିନ ପରେ ଧୋକା, ଶାରରୀକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ l
ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ପ୍ରଥମେ ପ୍ରେମ ଭଲପାଇବା ଏଵଂ ବିବାହ ର ପ୍ରତିଶ୍ରୁତି ଦେଇ ଶାରରୀକ ସଂପର୍କ ଆଉ ବର୍ତ୍ତମାନ ଧୋକା ଦେଇ ଶାରରୀକ ଓ ମନସିକ ନିର୍ଯ୍ୟାତନା ସହ ସୁନା ରୁପା ଲୁଟିଥିବା ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ ହୋଇଛି l ସୁଚନାଯୋଗ୍ୟ ଯେ ବାଲିଗୁଡ଼ା ବଜାର ସାହିର ଲିଟୁ ସାହୁ ନାମକ ଜଣେ ବିବାହିତ ଯୁବକ ପୂଜାରୀ ସାହିର ଜଣେ ବିବାହିତ ମହିଳା ଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ର ପ୍ରତିଶୃତି ଦେଇ ଦେଢ଼ବର୍ଷ କାଳ ସ୍ଵାମୀ ସ୍ତ୍ରୀ ଭଳି ଶାରରିକ ସମ୍ପର୍କ ରହିବା ପରେ ଗର୍ଭସ୍ଥ ଶିଶୁ କୁ ଜବରଜସ୍ତ ଗର୍ଭପାତ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା l ସୂଚନାଯୋଗ୍ୟ ଯେ ଲିଟୁ ସାହୁ ବିବାହିତ ହୋଇ ମଧ୍ଯ ଅବିବହିତ କହି ସଂପର୍କ ସ୍ଥାପନ କରିଥିଲା l ମହିଳା ଜଣକ ପିନ୍ଧିଥିବା ସୁନା ଗହଣା ଲୁଟିନେଇଥିବା କଥା ବି କହିଛନ୍ତି l ଆଜି ଲିଟୁ ସାହୁ ଓ ଲିଟୁ ସାହୁ ଙ୍କ ଭଉଣୀ ଜୋଇଁ ସମତେ ପରିବାର ର ସମସ୍ତ ଲୋକ ଘର ର କବାଟ ବନ୍ଦ ରଖି ନିର୍ଦ୍ଧୁମ ମାଡ଼ ମାରିଥିଲେ l ଲିଟୁ ସାହୁ ଙ୍କ ଭଉଣୀ ଜୋଇଁ ଶିକ୍ଷକ ଭାବରେ କାର୍ଯ୍ୟରତ ସରଜ ସିଂ ମହିଳା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ନକ୍ସଲ ସହିତ ମୋର ହାତ ଅଛି ତତେ ସହିତ ତୋ ପରିବାର କୁ ଉଡେଇ ଦେବି ବୋଲି ଧମକ ଦେଇଥିବା କହିଛନ୍ତ l ଏନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା l ଆଇନ୍ ଅନୁଯାୟୀ ତୁରନ୍ତ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେବା ସହିତ ବିବାହିତ ମହିଳା ଙ୍କୁ ନ୍ୟାୟ ଦେବାପାଇଁ ଆଞ୍ଚଳିକ କମିଟି ଦାବୀ କରିଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।