MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଡ଼ କେନ୍ଦୁଗୁଡା ଠାରେ ମାଁ ଲଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡକେନ୍ଦୁଗୁଡା ଖେଳ ପଡ଼ିଆରେ ବୁଧବାର ମାଁ ଲଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବୁଧବାର ସକାଳେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଁ ଲଙ୍କେଶ୍ୱରୀ ଯୁବକ ସଂଘର ସଭାପତି ଆଦିତ୍ୟ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ। ଉଦଘାଟନୀ ପ୍ରଥମ ମ୍ୟାଚ ଡୁଡୁକାଠେଙ୍ଗା ଓ ତେନ୍ତୁଳି ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡୁଡୁକାଠେଙ୍ଗା ଦଳ ବିଜୟୀ ହୋଇଥିଲା ।

ସେହିପରି ଦ୍ଵିତୀୟ ମ୍ୟାଚ ବେହେରା ଓ ବଡ ପୋଡାଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବେହେରା ଦଳ ବିଜୟ ହାସଲ କରିଥିଲା।ତିଳକ ରଞ୍ଜନ ନାଗ ଓ ଵିନୟ ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ I ଚାମ୍ପିୟାନ ଟ୍ରଫିର ଆୟୋଜକ ଲିଟିଲ୍ ଷ୍ଟାର କ୍ରିକେଟ କ୍ଲବର ସଭାପତି ଅଜିତ ନାଏକ, ସମ୍ପାଦକ ତ୍ରିଭୂବନ ହଂସ, ସଦସ୍ୟ ତ୍ରିନାଥ ନାଗ, ପ୍ରଶାନ୍ତ ନାଏକ, ଫାଲ୍ଗୁନୀ ନାଏକ, ହିମାଞ୍ଚଳ ରାଉତ, ପ୍ରିୟ ରଞ୍ଜନ ନାଏକ ପ୍ରମୁଖ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୨୪ଟି କ୍ରିକେଟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଜଣାପଡିଛି।

ମୋ ଟିଭି ଓଡିଶା, କଳାହାଣ୍ଡି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।