MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରଜ ପାଇଁ ମା ଉଗ୍ରତାରା ପୀଠ ଚଳ ଚଞ୍ଚଳ।

ମୋ ଟିଭି ଓଡିଶା :

ଓଡ଼ିଶାର ଗଣ ପର୍ବ ରଜ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ। ଖୋର୍ଦ୍ଧା ଜିଲ୍ଲା ମୁଳିଝର ଗଡ଼ସ୍ଥିତ ପ୍ରତିଷ୍ଠିତ ତନ୍ତ୍ରପୀଠ ମା ଉଗ୍ରତାରାଙ୍କ ପୀଠରେ ରଜ ମହୋତ୍ସବ ମହାଆଡ଼ମ୍ବର ସହକାରେ ୫ଦିନ ଧରି ଆୟୋଜିତ ହୋଇଛି l ରଜ ମହୋତ୍ସବ ର ସଭାପତି ଖୋର୍ଦ୍ଧା ବିଧାୟକଙ୍କ ସଭାପତିତ୍ୱ ରେ ଗତକାଲି ଦ୍ୱିତୀୟ ସଂନ୍ଧ୍ୟା ରେ ମୂଖ୍ୟ ଅତିଥି ଭାବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ମୂଖ୍ୟବକ୍ତା ଭାବରେ ବ୍ରହ୍ମପୁର ସାସଂଦ ପ୍ରଦୀପ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଭୂବନେଶ୍ୱର ସାସଂଦ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଜୋତିନ୍ଦ୍ରନାଥ ମିତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ପ୍ରମୁଖ ଯୋଗଦେଇଥିଲେ। ରାଜ ପ୍ରତିଷ୍ଠିତ ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରଙ୍କ ପୀଠରେ ପ୍ରତିବର୍ଷ ରଜ ମହୋତ୍ସବ ୫ଦିନ ଧରି ପାଳିତ ପାଳିତ ହେବ ବୋଲି ମଂଚରେ ଅତିଥି ଭାବରେ କହିଥିଲେ। ମା ଉଗ୍ରତାରା ପୀଠରେ ଚଳିତ ବର୍ଷ ବେଶ ଉତ୍ସାହ ସହକାରେ ପାଳିତ ହେଉଛି ରଜ ମହୋତ୍ସବ। ରଜ ମହୋତ୍ସବ ର ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଓଡ଼ିଶାର ବିଭିନ୍ନ ଯାଗାରୁ କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି।ମହୋତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଉଗ୍ରତାରା ପୀଠରେ ରାଜସ୍ୱ ମନ୍ତ୍ରୀ ପହଞ୍ଚି ମା ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରି ବିଜେପି ର ପ୍ରଥମ ସରକାରକୁ ଆର୍ଶ୍ରିବାଦ ଦିଅନ୍ତୁ ଓଡିଶା ବାସୀ, ମାନବ ସମ୍ବଳ ନୂଆ ଓଡିଶା, ବିକଶିତ ଓଡିଶା, କ୍ଷୁଧାମୁକ୍ତ ଓଡିଶା, ହିସାଂ ମୁକ୍ତ ଓଡିଶା ଗଠନ କରିବାକୁ ମା ଉଗ୍ରତାରା ଆର୍ଶ୍ରିବାଦ କରନ୍ତୁ ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।