MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ ।


କଳାହାଣ୍ଡି:୨୩/୦୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗ୍ରାମର ଆରାଧ୍ୟ ଦେବୀ ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। କାଶିବାହାଲ ଗ୍ରାମ ନିକଟସ୍ଥ ଡୋକରୀ ପାହାଡ଼ ଶିଖରରେ ଚୈତ୍ର ଯାତ୍ରା କେଉଁ ଏକ ଆବାହନମାନ କାଳରୁ ଡୋକରୀ ପାହାଡ଼ ଉପରେ ବିରାଜିତ ଦେବୀଙ୍କ ପୀଠରେ ପାଳିତ ହୋଇ ଆସୁଛି।

ମଙ୍ଗଳବାର ଏହି ଚୈତ୍ର ଯାତ୍ରା ପାଳନ ହୋଇଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ପାହାଡ଼ ଶିଖର ଚଢି ଦର୍ଶନ କରିଛନ୍ତି। ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ବିଧି ଅନୁସାରେ ପାଳନ କରାଯାଇଛି। ଏହି ଚୈତ୍ର ପର୍ବରେ ମାନସିକଧାରୀ ମାନେ ଶୁକ୍ଳ ଭୋଗ ସହ ବୋଦା କୁକୁଡ଼ା, ପାରା ବଳି ଦେଇଛନ୍ତି।ଡୋକରୀ ପାହାଡ଼ ସହିତ କାଶିବାହାଲ ଗ୍ରାମର ସଂସ୍କୃତି ପରମ୍ପରା ଜଡିତ ରହିଛି।

ତେବେ କୋକସରା ଓ ଜୟପାଟଣା ରାଜସ୍ୱ ବିଭାଗ ପକ୍ଷରୁ ୪ ଗୋଟି କ୍ରସରକୁ ପଥର ଖନନ ପାଇଁ ଦୀର୍ଘ ବର୍ଷ ହେବ ଡୋ କରି ପାହାଡ଼ ଖନନ ଅନୁମତି ମିଳିଛି,ଫଳରେ ଡୋକରୀ ପାହାଡ଼ ଏବେ ତାର ପୂର୍ବ ପରିଚୟ ହରାଇ ବସିଛି। ଡୋକରୀ ପାହାଡ଼ରେ ଦିନରାତି ପଥର ଖନନ କରି କ୍ରସର ମାଲିକ ମାନେ ଡୋକରୀ ପାହାଡ଼କୁ ଖୋଲ କରି ସାରିଲେଣି।ଡୋକରୀ ପାହାଡ଼ର ଅସ୍ତିତ୍ବ ହରାଇଥିବାକୁ ନେଇ ପରିବେଶବିତ୍ ଓ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମ୍ୟ କମିଟିର ସଭାପତି କିଶୋର ଚନ୍ଦ୍ର ନାଏକ, କାଶିବାହାଲ ସମିତି ସଭ୍ୟ ଗଜାନନ ନିଆଲ, ରୁଦ୍ର ପ୍ରସାଦ ନାଏକ,ଚମ୍ପେଶ୍ୱରଚଲାନ,ଲୋକନାଥ ଚଣ୍ଡୀ ପୂଝାରୀ ବିକ୍ରମ ପୂଝୀରୀ, ମାଁ ଡୋକରୀ ଶିରା ମତିରାମ ବନ୍ଧିଛୋଡ, ଜଳନ୍ଧର ପାଳି, ଜତୀନ୍ଦ୍ର ଦଳାଇ, ରାମେଶ୍ୱର ଲହଜଳ, ଅଭିମନ୍ୟୁ ପାଳ, କୃପାସିନ୍ଧୁ ନାଏକ ଆଖପାଖ ଅଞ୍ଚଳର ଭକ୍ତ ଓ ଗ୍ରାମବାସୀ ସାମିଲ ହୋଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।