ଦାରିଙ୍ଗବାଡ଼ି,୧୨/୪(ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର
ପଞ୍ଚାୟତରେ ଠାରେ ୬ ଦିନ ଧରି ଚାଲିଥୁବା ନୀଳକଣ୍ଡେଶ୍ଵର ମନ୍ଦିର ପ୍ରତିଷ୍ଠା ଓ ମହାଯଜ୍ଞ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ହୋଇଯଇଛି।

ପଣ୍ଡିତ ହରେ ରାମ ଶତପଥୀଙ୍କ ପୌରୋହିତ୍ୟରେ ଯଜ୍ଞ କମିଟି ଏବଂ ଗ୍ରାମବାସୀଙ୍କ ସହଯେଗ କ୍ରମେ ପୂଜାର୍ଚ୍ଚନା କରାଯଇଥୁଲା। ମହିଳାଙ୍କ ଦ୍ଵାରା କଳସ ଯାତ୍ରା କରାଯାଇଛି। ପ୍ରବୀର ଶତପଥୀ, ସୀମାଞ୍ଚଳ ମହାଙ୍କୁଡ଼ ପ୍ରମୁଖ କର୍ତା ଭାବେ ବସିଥୁଲେ।

ପ୍ରତ୍ୟେକ ଦିନ ଯଜ୍ଞ ମଣ୍ଡପରେ ନାମଯଜ୍ଞ ,ଘୃତଯଜ୍ଞ, ଜ୍ଞାନଯଜ୍ଞ ଓ ଅନ୍ନଯଜ୍ଞ ଆୟୋଜନ କରାଯଇଥୁଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ୮ଟି ପଞ୍ଚାୟତବାସୀଙ୍କ ସହ ରାୟଗଡ଼ା ଓ ଗଜପତି ଜିଲ୍ଲାରୁ ଆସି ଥବା ସଂକୀର୍ଭନ ମଣ୍ଡଳୀ ମାନେ ଅଂଶ ଗ୍ରହଣ କରିଥୁଲେ । ପରିଚାଳନା କମିଟି ସଭାପତି ସୁରେଶ ସାହୁ, ସଂପାଦକ ଦ୍ଵିତୀକୃଷ୍ଣ ସେଠୀ, କାରିକ ପୂଜାରୀ, ଜୁରିଆ ପ୍ରଧାନୀ, କୋଷାଧ୍ଯକ୍ଷ ସିମାଦ୍ରୀ ଦେଓ ପ୍ରମୁଖ ସହଯେଗ କରିବା ସହିତ ଗ୍ରାମର ମହିଳା ପୁରୁଷ ସହଯୋଗ କରିଥିଲେ ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।