ପବିତ୍ର ପୌଷ ପୂର୍ଣ୍ଣିମାରୁ ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ । ତ୍ରୀବେଣୀ ସଙ୍ଗମରେ ବୁଡ଼ ପକାଇଲେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ । ହର ହର ମହାଦେବ ଧ୍ୱନିରେ କମ୍ପୁଛି ତ୍ରିବେଣୀ ସଙ୍ଗମ । ପବିତ୍ର ପୌଷ ପୂର୍ଣ୍ଣିମାରେ ଆସ୍ଥାର ପ୍ରଥମ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ ମେଳା ।
ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ହିନ୍ଦୁଙ୍କ ପ୍ରାଣ ଓ ମନ। ଏଥର ୬ଟି ସ୍ନାନ ତିଥି ରହିଥିବା ବେଳେ ୪୫ କୋଟି ଲୋକଙ୍କ ଆଗମନ ହେବ। ସେଥିପାଇଁ ୟୁପି ସରକାରଙ୍କ ପକ୍ଷରୁ ମହା ଆୟୋଜନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଛି। ଭୋର୍ ୫ଟା ୦୩ ମିନିଟରେ ପ୍ରଥମ ସ୍ନାନ ଯୋଗ ରହିଥିଲା । ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଏଥର କୁମ୍ଭମେଳାକୁ ଆସିଥିବା ନାଗା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ଜୁନା, ବୈଷ୍ଣବ, ମହାନିର୍ବାଣୀ ଓ କିନ୍ନର ଆଖଡ଼ାଙ୍କୁ ମିଶାଇ ୧୩ରୁ ଅଧିକ ଆଖଡ଼ା ସଂଗମ ତଟରେ ବୁଡ ପକାଇଛନ୍ତି।
୧୪୪ବର୍ଷ ପରେ ବିରଳ ସଂଯୋଗ ସାଙ୍ଗକୁ ୧୨ ବର୍ଷ ପରେ ପୁଣି ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁଙ୍କ ଯଜ୍ଞ ଓ ମନ୍ତ୍ର ଧ୍ବନୀରେ ତୀର୍ଥରାଜର ଚତୁର୍ଦ୍ଦିଗ କଂପୁଛି। ଆଜିଠାରୁ ଫେବ୍ରୁଆରୀ ୨୬ ଯାଏ ଦୀର୍ଘ ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳାରେ ଏଥର ୬ଟି ସ୍ନାନ ଯୋଗ ରହିଛି। ସେଗୁଡ଼ିକ ହେଲା ଆଜି ଅର୍ଥାତ ୧୩ ଜାନୁଆରୀ ପୌଷ ପୂର୍ଣ୍ଣମୀ, ୧୪ ଜାନୁଆରୀ ମକର ସଂକ୍ରାନ୍ତି, ଜାନୁଆରୀ ୨୯ ମୌନି ଅମାବାସ୍ୟା, ଫେବ୍ରୁଆରୀ ୨ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ ମାଘ ପୂର୍ଣ୍ଣମୀ ଓ ଶେଷରେ ୨୬ ଫେବ୍ରୁଆରୀ ଶିବରାତ୍ରୀ। ଏଥିମଧ୍ୟରୁ ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ତିଥିକୁ ସାହି ସ୍ନାନ ଯୋଗ ଭାବେ ବିବେଚନା କରାଯାଇଛି।
ମୋ ଟିଭି ଓଡିଶା ଡେସ୍କ
More Stories
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।
ଖାଲି ଆଖିରେ ଦେଖିହେବ ୪ଟି ଗ୍ରହ।
ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା।