MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭରଫ୍ରଣ୍ଟ ।

ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ସମ୍ବଲପୁର ଓ କଟକରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ହାଇଲେଭଲ କମିଟିରେ ମହାନଦୀ ରିଭରଫ୍ରଣ୍ଟ ନିର୍ମାଣ ନିମନ୍ତେ ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଅନୁମୋଦନ ହୋଇସାରିଥିବା ସିଏମ୍‌ସି କମିଶନର ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି।


ସୂଚନା ଅନୁସାରେ, କଟକ ବାଲିଯାତ୍ରା ତଳପଡ଼ିଆ ସଂଲଗ୍ନ ଅଞ୍ଚଳରେ ରହିଥିବା ୬୨୦ ଏକର ଜମିରୁ ବାଲିଯାତ୍ରା ପାଇଁ ୩୪ ଏକର ଜମି ବାଦ୍‌ ଦିଆଯିବ। ଅବଶିଷ୍ଟ ୫୮୬ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ପ୍ରକଳ୍ପ ଅଧୀନରେ ଜଙ୍ଗଲ ସୃଷ୍ଟି କରାଯିବ। ବିଶେଷକରି ହାଡ଼ିଆପଠା ଅଞ୍ଚଳରେ ଚାରାରୋପଣ କରି ବନୀକରଣ କରାଯିବ। ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଗାଇଡ୍‌ ଲାଇନ୍‌ ଅନୁସାରେ କାମ କରାଯିବ। ଏଥିରେ କୌଣସି ପକ୍କା ଅଥବା ସିମେଣ୍ଟ କଂକ୍ରିଟ କାମ କରାଯିବ ନାହିଁ। ପ୍ରକଳ୍ପ ଅନୁମୋଦନ ହୋଇସାରିଥିବାରୁ ଏହାର ରୂପରେଖ ଦାୟିତ୍ୱ ନେଇଥିବା ସଂସ୍ଥା ପ୍ରସ୍ତୁତ କରିବ। ଉକ୍ତ ସଂସ୍ଥା ରାଜ୍ୟ ସରକାରଙ୍କୁ ରିଭର ଫ୍ରଣ୍ଟ ରୂପରେଖର ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ଦେଖାଇ ସାରିଛି।


ଅପରପକ୍ଷରେ କଟକ ଜିଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ଏନେଇ ତତ୍ପରତା ପ୍ରକାଶ ପାଇଛି। ବାଲିଯାତ୍ରା ପାଇଁ ଉଦ୍ଦିଷ୍ଟ ୩୪ ଏକର ଜମି ଚିହ୍ନଟ ହେବା ପରେ ବାକି ଜମିରେ ପ୍ରକଳ୍ପ କାମ ହେବ। ପ୍ରଥମ ପର୍ୟ୍ୟାୟରେ ଜିଲା ପ୍ରଶାସନ ୩୪ ଏକର ଜମିକୁ ବାଦ୍‌ ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛିି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।