January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୈତ୍ରୀବିହାର ଲଜ୍ଜା: ପଡୋଶୀ ସାଜିଥିଲେ ସଇତାନ, ୩ ଅଭିଯୁକ୍ତ ଗିରଫ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ମୈତ୍ରିବିହାର ସରକାରୀ ଆପାର୍ଟମେଣ୍ଟରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାର ଖୁଲାସା କରିଛି କମିଶନରେଟ୍ ପୋଲିସ ।ଦୁଇ ଅଭିଯୁକ୍ତ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ତାଙ୍କ ଝିଅ ଆଗରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମୋଟ ତିନିଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ବାହାରୁ ନୁହେଁ ସେହି ଆପାର୍ଟମେଣ୍ଟ ଭିତରେ ଥିଲେ ଅଭିଯୁକ୍ତ l ସେମାନେ ହେଲେ ଜଗା ସିଂ, ବିକାଶ ନାୟକ, ଟୁକୁନା ନାୟକ । ଗିରଫ ତିନି ଜଣ ଯାକ ମୈତ୍ରି ବିହାର ଅଞ୍ଚଳର ।

ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି , ‘ଆପାର୍ଟମେଣ୍ଟରେ ୩୦ତାରିଖ ରାତିରେ ଘଟଣା ହୋଇଥିଲା‌ । ଘଟଣାଟି ୫ମ ମହଲାରେ ଘଟିଥିଲା । ଅଭିଯୁକ୍ତମାନେ ଅଳଙ୍କାର ଲୁଟି ନେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଫରେନସିକ ଯାଞ୍ଚ ସହ ଆମ ଟିମ୍ ରାତି ଅନିଦ୍ରା ରହି ଅପରାଧିଙ୍କୁ ଖୋଜିଥିଲେ । ସ୍ପେଶାଲ ସ୍କ୍ବାର୍ଡ ସିସିଟିଭି ଫୁଟେଜ ଓ ବାହାରେ କେହି ପ୍ରତ୍ୟକ୍ଷଦର୍ଶୀଙ୍କ ପଚରାଉଚରା ପରେ ଅଭିଯୁକ୍ତ ମାନେ ସେହି ଆପାର୍ଟମେଣ୍ଟ ଭିତରେ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏନେଇ ପୋଲିସ ତଦନ୍ତ କରି ତିନିଜଣ ଅଭିଯୁକ୍ତ ସାମିଲ ଥିଲେ ବୋଲି ଜାଣିବାକୁ ପାଇଥିଲା । ବାହାରେ‌ ଜଣେ ଜଗିଥିବା ବେଳେ ଆଉ ଦୁଇ ଜଣ ଭିତରେ ପଶି ଏଭଳି ଘଟଣା ଘଟାଇଥିଲେ । ଏମାନେ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଘର ଭିତରେ ପଶି ମୋବାଇଲ ଚୋରି କରିଥିଲେ । ପରେ ମହିଳାଙ୍କ ଘରେ ପଶିବା ପାଇଁ ତିନିଦିନ ଧରି ଲକ୍ଷ୍ୟ କରିଥିଲେ । ବାଲକୋନି ବାଟରେ ଘରେ ପଶିବା ସହଜ ଥିଲା । ସେମାନେ ସେହି ବାଟେ ପଶି ରାତି ୨ଟାରେ ଏଭଳି ଘଟଣା ଭିଆଇଥିଲେ ।’

ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଯିଏ ମହିଳାଙ୍କ ଘର ଭିତରେ ପଶିଥିଲେ । ଏମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଅନେକ ଚୋରି ଡକାୟତି ରାହାଜାନି ଭଳି ଅନେକ ହାର୍ଡକୋର ଅପରାଧ ଭାବରେ ରେକର୍ଡ ରହିଛି । ୨୦୧୯ରେ ଚୋରି ଉଦ୍ୟମରେ ଯୋଜନା କରି ଗିରଫ ହୋଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।