ମୋ ଟିଭି ଓଡିଶା / ଭୁବନେଶ୍ୱର : ଆଇଏଏସ’ ସ୍ତରରେ ବଡ଼ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । 18 ଜଣ ‘ଆଇଏଏସ’ ଅଫିସରଙ୍କ ପଦରେ ଅଦଳ ବଦଳ କରି ପାଓ୍ବାର କରିଡରର ନବକଳେବର କରିଛନ୍ତି ମୋହନ ସରକାର । କିଛି ବରିଷ୍ଠ ଅଫିସଙ୍କୁ ନୂଆ ସରକାର ସରକାର ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ସେହିପରି ନବୀନ ସରକାରରେ ଗୁଡ଼ବୁକରେ ଥିବା କିଛି ଅଧିକାରୀଙ୍କୁ ପାୱାର କରିଡ଼ରରୁ ବାହାର କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେଉଁ ଆଇଏଏସ ଅଧିକାରୀଙ୍କୁ କେଉଁ ବିଭାଗ ମିଳିଛି –
(୧) ସତ୍ୟବ୍ରତ ସାହୁ: ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
(୨) ଦେଓ ରଞ୍ଜନ କୁମାର ସିଂହ: ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ
(୩) ସୁରେନ୍ଦ୍ର କୁମାର: ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
(୪) ହେମନ୍ତ ଶର୍ମା: ଶକ୍ତି ବିଭାଗର ପ୍ରମୁଖ ସଚିବ
(୫) ବିଷ୍ଣୁପଦ ସେଠୀ: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ
(୬) ଉଷା ପାଢ଼ୀ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ
(୭) ବିଶାଲ ଗଗନ: ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର
(୮) ଏନ୍ ବିଏସ୍ ରାଜପୁତ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ
(୯) ଶାଳିନୀ ପଣ୍ଡିତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ
(୧୦) ଆଶ୍ୱଥି ଏସ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ
(୧୧) ରୂପା ରୋଶନ ସାହୁ: ବ୍ରହ୍ମପୁର ଦକ୍ଷିଣ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର
(୧୨) ସଚିନ ରାମଚନ୍ଦ୍ର ଯାଦବ: ସମ୍ବଲପୁର ଉତ୍ତର ଡିଭିଜନର ରାଜସ୍ବ ବିଭାଗୀୟ କମିଶନର
(୧୩) ବଲୱନ୍ତ ସିଂହ: ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ
(୧୪) ଯାମିନୀ ଷଡ଼ଙ୍ଗୀ:ବାଣିଜ୍ୟକର ଓ ଜିଏସଟି କମିଶନର
(୧୫) ବି ପରମେଶ୍ୱରନ: କଟକ କେନ୍ଦ୍ରୀୟ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର
(୧୬) ଡ. ନୂନସବଥ ଥିରୁମାଳା ନାୟକ: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ
(୧୭) ସମର୍ଥ ବର୍ମା: ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ
(୧୮) ଅନନ୍ୟା ଦାସ: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।