MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମାଲାୟଲମ ଚଳଚ୍ଚିତ୍ର ଜଗତରେ ଯୌନ କେଳେଙ୍କାରୀ

ତିରୁଅନନ୍ତପୁରମ: ଯୌନ କେଳେଙ୍କାରୀକୁ ନେଇ ମାଲାୟଲମ ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି ହୋଇଛି। ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ର ଏଭଳି ଅଭିଯୋଗ ଆଣିବାପରେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ରଞ୍ଜିତ ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲେଖାଙ୍କ ଅଭିଯୋଗ ଅନୁଯାୟୀ ୨୦୦୯ରେ ଏକ ସିନେ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବାକୁ ରଞ୍ଜିତଙ୍କ ବାସଭବନକୁ ଯାଇଥିବାବେଳେ ରଞ୍ଜିତ ତାଙ୍କୁ ଅସଦାରଣ କରିଥିଲେ। ଫଳରେ ପରଦିନ ସେ କେରଳ ଛାଡିଥିଲେ ବୋଲି ଶ୍ରୀଲେଖା କହିଛନ୍ତି। ଅପରପକ୍ଷରେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରଞ୍ଜିତ କହିଛନ୍ତି। ଏକ ଚଳଚ୍ଚିତ୍ରର ଅଡିସନ ଦେବାକୁ ଶ୍ରୀଲେଖାଙ୍କୁ ଡକାଯାଇଥିଲା। ତେବେ ଅକୃତକାର‌୍ୟ୍ୟ ହେବାରୁ ତାଙ୍କୁ ଫେରିଯିବାକୁ କୁହାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଶ୍ରୀଲେଖା ଏଭଳି ଅଭିଯୋଗ ଆଣିଥିବା ରଞ୍ଜିତ କହିଛନ୍ତି। ଏହି ପରିସ୍ଥିତିରେ ରଞ୍ଜିତ ତୁରନ୍ତ ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାଜ୍ୟ ବିଜେପି ଓ ସିପିଏମ ପକ୍ଷରୁ ଦାବି କରାଯାଇଥିଲା। ଅପରପକ୍ଷରେ ରେବତୀ ସମ୍ପତ୍‌ ନାମ୍ନୀ ଅନ୍ୟ ଜଣେ ଅଭିନେତ୍ରୀଙ୍କ ଅଭିଯୋଗକୁ ଆଧାର କରି ମାଲାୟଲମ ଅଭିନେତା ସିଦ୍ଦିକୀ ରବିବାର ‘ଆମ୍ମା’ (ଆସୋସିଏସନ ଅଫ୍‌ ମାଲାୟଲମ ମୁଭି ଆର୍ଟିଷ୍ଟ) ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଆସୋସିଏସନ ସଭାପତି ତଥା ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କ ନିକଟକୁ ପଠାଇଛନ୍ତି। ଏକ ଚଳଚ୍ଚିତ୍ରର ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିବାକୁ ବାସଭବନକୁ ଡକାଇଥିବାବେଳେ ଅଗଷ୍ଟ ୨୪ରେ ସିଦ୍ଦିକୀ ତାଙ୍କୁ ଯୌନ ନିର‌୍ୟାତନା ଦେଇଥିଲେ ବୋଲି ରେବତୀ ଅଭିଯୋଗ କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଏଭଳି ନିର‌୍ୟାତନାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନିର୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆଇଜି ଏ.କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଉକ୍ତ କମିଟିରେ ୪ ଜଣ ମହିଳା ଆଇପିଏସ ଅଫିସରଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ କେରଳ ଚଳଚ୍ଚିତ୍ର ଜଗତରେ ମହିଳା ଅଭିନେତ୍ରୀଙ୍କୁ ଯୌନ ନିର‌୍ୟାତନା ଦିଆଯାଉଛି ବୋଲି ଜଷ୍ଟିସ କେ.ହେମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୧୭ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇସାରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।