ଆର ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ତଳ କୋର୍ଟଙ୍କ ରାୟକୁ ମମତାଙ୍କ ଚ୍ୟାଲେଞ୍ଜ, ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ ନୁହେଁ ଫାଶୀ ଦେବାକୁ ଦାବି। ବହୁଚର୍ଚ୍ଚିତ କୋଲକାତା ଆର କର ମାମଲାରେ ତଳ କୋର୍ଟଙ୍କ ରାୟଙ୍କୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର । ଗତକାଲି ମାମଲାରେ ଶୁଣାଣି କରି ସିଆଲଦା କୋର୍ଟ ସଞ୍ଜୟ ରୟକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ତରେ ଦଣ୍ଡିତ କରିଥିଲେ । ପୂର୍ବରୁ ଜାନୁଆରୀ ୧୮ରେ ସିଆଲଦା କୋର୍ଟ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଶୁଣାଣି କରି କୋର୍ଟ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ । ଏବେ ଏହି ଶୁଣାଣିକୁ କୋଲକାତା ହାଇକୋର୍ଟରେ ଚ୍ୟାଲେଂଜ କରିଛନ୍ତି ମମତା ସରକାର ।
ମୋ ଟିଭି ଓଡିଶା, କୋଲକାତା
More Stories
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ ।
୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି।