MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମନୋଜ ଆହୁଜା ହେଲେ ମୁଖ୍ୟ ଶାସନ ସଚିବ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା  ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ଶ୍ରୀ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।

କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜୋ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ। ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ। ମନୋଜ ଆହୁଜାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ନିଯକ୍ତି ସହ ପ୍ରଦୀପ କୁମାର ଜେନାଙ୍କୁ ସରକାରୀ ଚାକିରିରୁ ଅବସର ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର ମୁଖ୍ୟଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହେଉଛି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନ କରି ରାଜ୍ୟ ସରକାର ଶ୍ରୀ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ସରକାର ଆସିବା ପରେ ରାଜ୍ୟରେ ପ୍ରଶାସନିକସ୍ତରରେ ସଂସ୍କାର ଆଣିବାକୁ ଶୀଘ୍ର ବଡ଼ଧରଣର ଅଦଳବଦଳ ଯୋଜନା କରୁଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି କରାଯିବା ପରେ ମନୋଜ ଆହୁଜା ପ୍ରତିକ୍ରିୟା ରଖି କହିଛନ୍ତି ଯେ ନୂଆ ଦାୟିତ୍ବ ମିଳିିଥିବାରୁ ବେଶ ଖୁସି। ସପ୍ତାହକ ମଧ୍ୟରେ ଓଡ଼ିଶା ଫେରିବି ଏବଂ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀ ଆହୁଜା ପ୍ରକାଶ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।