February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କନ୍ଧମାଳ ଜିଲ୍ଲାରେ ଆଜିବି ଅବସ୍ଥାରେ ଘେରରେ ରହିଛି ବହୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ରୋଷେଇ ଗୃହ l

ମୋ ଟିଭି ଓଡ଼ିଶା, ଫୁଲବାଣୀ:ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ):

ଆଜିବି ଅବହେଳିତ ହୋଇ ପଡ଼ି ରହିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଅନେକ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ହେଉ କି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ l ଯେଉଁଠି କି ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏମିତି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଗବରନଳା ଗାଁରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ l ଏହି ବିଦ୍ୟାଳୟଟି ଗତ ୧୯୭୯ ମସିହାରେ ନିର୍ମାଣ ସହ ସ୍ଥାପିତ ହୋଇଛି l ବିଦ୍ୟାଳୟ ଟି ଗାଁରେ ଥିବା ଏକ ନାଳ ନିକଟରେ ରହିଛି l ବିଦ୍ୟାଳୟ ରେ ବହୁ ସମସ୍ୟା ରହିଛି ବର୍ଷା ଦିନରେ ବିଦ୍ୟାଳୟ ଭିତରେ ମଧ୍ୟ ପାଣି ପଶୁଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିବା ବେଳେ ବିଦ୍ୟାଳୟ ରେ ଆଜି ପର୍ଯ୍ୟନ୍ତ ପାଚେରୀ ଟିଏ ମଧ୍ୟ ନିର୍ମାଣ ହୋଇ ପାରି ନାହିଁ l ଯାହାଦ୍ୱାରା ଛାତ୍ର ଛାତ୍ରୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l

ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ମଧ୍ୟ ଅଛନ୍ତି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ବର୍ଷା ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ପାଇଁ ରହିଥିବା ରୋଷେଇ ଗୃହ ଦୀର୍ଘ ଦିନ ହେବ ଭାଙ୍ଗି ରୁଜି ରହିଥିଲେ ମଧ୍ୟ ବିଦ୍ୟାଳୟକୁ ଏହି ରୋଷେଇ ଗୃହ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଆସିନଥିବାରୁ ତାହା ମରା ମତି ହୋଇ ପାରୁନାହିଁ l ଯାହାଦ୍ୱାରା ପାଚିକା ସହାୟିକା ମାନେ ବିଦ୍ୟାଳୟ ରେ ଥିବା ଭଙ୍ଗା ଦଦରା ରୋଷେଇ ଘରେ ବିପଦ ସଂକୂଳ ଅବସ୍ଥାରେ ପ୍ରତିଦିନ ରୋଷେଇ କରି ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦେଉଥିବା ଦେଖିବାକୁ ମିଳିଛି l ତେଣୁ ତୁରନ୍ତ ବିଦ୍ୟାଳୟ ରେ ରୋଷେଇ ଗୃହ ମରାମତି ଓ ପାଚେରୀ ନିର୍ମାଣ ପାଇଁ ଅଭିଭାବକ ଙ୍କ ସହ ଅଞ୍ଚଳ ବାସୀ ଦାବୀ କରିଛନ୍ତି l ଏହି ଘଟଣା କୁ ନେଇ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଙ୍କୁ ପଚାରିବାରୁ ବିଦ୍ୟାଳୟ ରେ ପାଚେରୀ ନଥିବା ଏବଂ ରୋଷେଇ ଗୃହ ଭାଙ୍ଗିଥିବା ସ୍ୱୀକାର କରିବା ସହ ବିଡ଼ିଓ ଙ୍କୁ ଓ ପଞ୍ଚାୟତ ରେ ଲିଖିତ ଭାବରେ ଦିଆ ଯାଇଛି ଓ କିଭଳି ଭାବରେ ତୁରନ୍ତ ମରାମତି ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।