MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର



ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଝାରପଡ଼ା ଜେଲରୁ ବାଲିଗୁଡାକୁ କଡା ସୁରକ୍ଷାରେ ଅଣାଯାଇଛି। ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା। ଆଜାଦଙ୍କ ନାମରେ ତିନିଟି କେଶ ରହିଛି। ତିନିଟି କେସର ଆଜି ଚାର୍ଜ ହୋଇଛି। କେସ୍ ଗୁଡିକ ହେଲା ୨୦୦୮ ମସିହାରେ ସାରଙ୍ଗଡ ଥାନା କେସ ନମ୍ବର ୨୦/ ୨୦୦୮ରେ ସାରଙ୍ଗଡ଼ରେ ବୋମା ଫୁଟାଇବା ନିମନ୍ତେ ରାସ୍ତାରେ ବୋମା ଖଞ୍ଜି ରଖିବା (ଲ୍ୟାଣ୍ଡମାଇନ୍), ବ୍ରାହ୍ମଣିଗାଁ ଥାନାରେ ଦୁଇଟି ମାମଲା ଯଥା କେସ ନମ୍ବର ୧୪/୨୦୦୮ ଓ ୧୫/୨୦୦୮ ଏଥି ମଧ୍ୟରୁ ଗୋଟିଏ ମର୍ଡର କେସ ଓ ଅନ୍ୟଟି ବ୍ରାହ୍ମଣିଗାଁ –ଦାରିଙ୍ଗବାଡି ରାସ୍ତାରେ ଲ୍ୟାଣ୍ଡ୍‌ ମାଇନ ଲଗାଇବା ଭଳି ଅଭିଯୋଗ ରହିଛି। । ବିଚାରପତିଙ୍କ ପାଖରେ ଆଜି ହାଜର ହୋଇଥିଲେ। କୋର୍ଟରେ ହାଜର ହେବା ପରେ ତାଙ୍କୁ ବାଲିଗୁଡା ଉପକାରାଗାରକୁ ପଠାଯାଇ ସେଠାରୁ ପୁଣି ତାଙ୍କୁ ପୁଣି ଝାଡପଡ଼ା ଜେଲକୁ ପଠାଯିବା ନେଇ ଓକିଲ ସୁରେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।