ମୋଟିଭି ଓଡିଶା : କଳାହାଣ୍ଡି:୧୦/୦୫ : ସରି ଆସୁଛି ନିର୍ବାଚନ ପାଇଁ ସମୟ, ନିର୍ବାଚନ ଯେତେ ପାଖେଇ ଆସୁଛି ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ୩ ଦଲୀୟ ପ୍ରାର୍ଥୀ ଙ୍କ ପ୍ରଚାର ଜୋରସୋରରେ ଜାରି ରହିଛି। ଗାଁ ଗାଁ ରେ ଜମୁଛି ପ୍ରାର୍ଥୀ ଙ୍କ ପ୍ରଚାର। ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ନିଜ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତାଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ। ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର କୋକସରା, କାଉଡୋଳା, ସୁନାମାଲ, ଲଡୁଗାଁ, ଆଇଲ ଗ୍ରାମ ରେ ପହଞ୍ଚି ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଓ ଦଲୀୟ ସମର୍ଥକ କର୍ମକର୍ତ୍ତା।ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀଙ୍କୁ ବିଭିନ୍ନ ଗ୍ରାମ ରେ ମହିଳା ମାନେ ବନ୍ଧାପଣା କରି ସ୍ୱାଗତ ସମ୍ବର୍ଦ୍ଧନା କରୁଛନ୍ତି।
ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ କେନ୍ଦ୍ର ମୋଦି ସରକାର ଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଓ ମୋଦି ସରକାର ଡବଲ ଇଞ୍ଜିନ ଓଡିଶା ରାଜ୍ୟରେ ଆସିଲେ ମୋଦି ସରକାର ଦେଇଥିବା ନିର୍ବାଚନ ଇସ୍ତାହାର ଗ୍ୟାରେଣ୍ଟି ଲାଗୁ ହେବଓ ଏକ ବିକଶିତ ଓଡିଶା ର ଗଠନ ହେବ ବୋଳି କହି ଭୋଟ ଭିକ୍ଷା କରୁଛନ୍ତି।। ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଙ୍କ ସହ ଛତିଶଗଡ଼ ଦେଭୋଗ ବ୍ଲକ ଅଧ୍ୟକ୍ଷା ନେହା ସିଙ୍ଘଲ, ଛତିଶଗଡ଼ ଭାଜପା ଜିଲ୍ଲା ସଦସ୍ୟ ଶିତଲା ପାଣ୍ଡେ, ମିନା ବୈଷ୍ଣବ, ହିମାଂଶୁ ପଣ୍ଡା,ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଲ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ,ମଣ୍ଡଳ ସଭାପତି କୋକସରା ଦୁର୍ଗା ପ୍ରଧାନୀ,ମଣ୍ଡଳ ସମ୍ପାଦକ କୋକସରା ତ୍ରିନାଥ ଶବର,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ଉପ ସଭାପତି ଗୋପାଳ ଅଗ୍ରୱାଲ, ଅମୋଜ କୁମାର ପଣ୍ଡା, ସୁଧୀର ପାତ୍ର, ନରେନ୍ଦ୍ର ପ୍ରଧାନୀ,ସୁଶିଳ ପାଢ଼ୀ, ଚକ୍ରଧର ବେଶ୍ରା,ସୁଶିଳ ସତନାମୀ,ସମେତ ଦଲୀୟ ଶତାଧିକ କର୍ମକର୍ତ୍ତା ମାନେ ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।