January 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୁମିକିଆ ପଞ୍ଚାୟତର ଓଡ଼ିଶା ଜୀବିକା ମିଶନ କାଯ୍ୟାଳୟରେ ମହା ଦୁର୍ନୀତି

ଗୁମିକିଆ ପଞ୍ଚାୟତର ଓଡ଼ିଶା ଜୀବିକା ମିଶନ କାଯ୍ୟାଳୟରେ ମହା ଦୁର୍ନୀତି ,SHG ଗ୍ରୁପ ନାମରେ ନିଜ ଆକାଉଣ୍ଟ ଟଙ୍କା ନେଲେ MBK,CRP,E.C ମେମ୍ବର୍ ।

ନାମକୁ କିଛି SHG ଗ୍ରୁପ କରି ଲକ୍ଷ୍ୟ ଲକ୍ଷ୍ୟଟଙ୍କା ଉଠାଇଲେ MBK,CRP,E.C ମେମ୍ବର୍ ।

ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


ସରକାର ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ମହିଳା SHG ଗ୍ରୁପ ଗଠନ କରିବା ସହିତ କିଭଳି ମହିଳା ମାନେ ରୋଜଗାର କରି ନିଜେ ଶ୍ୱାବଲମ୍ବୀ ହୋଇପାରିବେ ସେଥି ପାଇଁ ସରକାର ପ୍ରତେକ ଗ୍ରାମ, ପଞ୍ଚାୟତ ଗୁଡିକରେ ଜୀବିକା ମିଶନ ନାମରେ ଗଠନ ହେଲା ଗ୍ରୁପ ,ଗ୍ରୁପରେ ନିଯୁକ୍ତି ଦିଆଗଲା
MBK,CRP,E.C ମେମ୍ବର୍ ହେଲେ ଦାଇତ୍ୱ ପାଇଥିବା ମହିଳା କର୍ମଚାରୀ ନିଜର ଫାଇଦା ପାଇଁ ନାମକୁ ଆଖି ଦେଖାଣିଆ ଗ୍ରୁପ ନାମରେ ଓ ଏଲ ଏମ ମହାସଙ୍ଗ ରୁ ଆସିଥିବା ୧୨,୦୦୦୦୦ (ବାରଲକ୍ଷ୍ୟ)ଟଙ୍କାକୁ ଚାରିଗୋଟି ଗ୍ରୁପ ତିନି ଲକ୍ଷ ପଚାଶ ହଜାର ଟଙ୍କା ଦେଇ ବଳକା ଟଙ୍କାକୁ ନିଜ ନିଜ ଆକାଉଣ୍ଟ କୁ ଟ୍ରାନ୍ସଫର କରିଥିବା ଜଣାପଡ଼ିଛି ।

ଯାହାର ପ୍ରମାଣ ରହିଛି । ଯାହାକି ଦୁଇ ଗୋଟି ଚେକ ମାଧ୍ୟମରେ ଆସିଥିବା ଟଙ୍କାକୁ ୨୪,୧୧,୨୦୨୩ ରିଖ ଦିନ ନିଜ ଖାତାକୁ ଯାଇଅଛି , ପ୍ରଥମେ,ମା ଶାରଳା SHG ଗ୍ରୁପକୁ ୨ଲକ୍ଷ୍ୟ, ସଂନ୍ୟାଗାନ୍ଧୀ SHG ଗ୍ରୁପ କୁ ପଚାଶ ହଜାର ଟଙ୍କା,ଅମର SHG ଗ୍ରୁପ ନାମରେ ପଚାଶ ହଜାର ଟଙ୍କା ଏବଂ ମା ରାଜେଶ୍ଵରୀ ଗ୍ରୁପ ନାମରେ ପଚାଶ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କାକୁ MBK ଅବିତା ପାଟମାଝୀ ,CRP କୁନିମା ପ୍ରଧାନ, ସଂଯୁକ୍ତା ପ୍ରଧାନ । ନିଜ ଆକାଉଣ୍ଟ କୁ ଏକଲକ୍ଷ୍ୟ ଟଙ୍କା ନେଇଥିବା ବେଳେ E.C ମେମ୍ବର୍ , ସଭାପତି ତିମତି ଦିଗାଳ ସମେତ
ଭାଗ୍ୟ ଦିଗାଳ, ରୀନା ଦିଗାଳ, କାମଜିନି ଦିଗାଳ ଏକ ଲକ୍ଷ୍ୟ ନେଇଥିବା ବେଳେ ମାମି ପ୍ରଧାନ, ସେମାଜିନି ଦିଗାଳ ପଚାଶ ହଜାର ଟଙ୍କା ନିଜ ବ୍ୟାଙ୍କ ଖାତାରେ ଜମା କରି ନିଜେ ବ୍ୟାଙ୍କ ରୁ ଉଠାଇ ନେଇଥିବା ପ୍ରମାଣ ରହିଛି ।

ଖାଲି ସେତିକି ନୁହେଁ MBK ଅବିତା ପାଟମାଝି ପଞ୍ଚାୟତର କିଛି ଲୋକଙ୍କୁ ଚାକିରି କରାଇଦେବା କହି ଜଣକ ପିଛା ୧୦ ହଜାର ଟଙ୍କା ଲେଖାଏଁ ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ୧୫,୦୧,୨୦୧୫ ରେ ଆରମ୍ଭ ହୋଇଥିବା SHG ଗୃପ ମହିଳାଙ୍କ ଟଙ୍କା ଖାଇଗଲେ MBK,CRP, E.C ମେମ୍ବର, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଟଙ୍କା ଆତ୍ମସାତ କରିବା ଅଭିଯୋଗ ହୋଇଛି।

ପରେ ଦାରିଙ୍ଗିବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତକାରୀ ଦଳ ଗୁମିକିଆରେ ପହଁଚି ଘଟଣାର ତଦନ୍ତ କରିବା ପରେ MBK ଅବିତା ପାଟମାଝି ଙ୍କୁ ଆତ୍ମସାତ କରିଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ପଞ୍ଚାୟତରେ ବସିଥିଲା ଵୈଠକ । କିଛି ସମାଧାନ ନହେବାରୁ ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା ଏହାର ତଦନ୍ତ ପାଇଁ ପଞ୍ଚାୟତ ବାସୀ ଦାବି କରିବା ସହିତ ଯେଉଁ ମାନେ SHG ଗ୍ରୁପ ନାମରେ ଆସିଥିବା ଟଙ୍କାକୁ ନିଜ ନିଜ ଆକାଉଣ୍ଟ ନେଇଛନ୍ତି ସେମାନଙ୍କ ଉପରେ କଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପଞ୍ଚାୟତ ବାସୀ ।

Latest news