ପାହାଡ ଜଙ୍ଗଲ ଘେରା କନ୍ଧମାଳ ଜିଲ୍ଲାପାଇଁ ସାହା ଭରସା
ଦୂର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବ କୁ ସୁରକ୍ଷିତ କରିବା ପାଇଁ ସରକାରି ଓ ବେସରକାରି ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ଏମିତି ବହୁତ ଅଂଚଳ ଅଛି ଯାହାକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବହୁତ ଦୂର ଏବଂ ଆନୁଷ୍ଠାନିକ ପ୍ରସବ ନିମନ୍ତେ ବହୁ ଅସୁବିଧାରେ ସମ୍ମୁଖିନ ହେବାକୁ ପଡେ । ଯାହା ଫଳରେ ଗର୍ଭବତୀ ଙ୍କ ଠାରୁ ଆରମ୍ଭ କରି ଦୂର୍ଘଟଣା ରେ ଗୁରୁତର ବ୍ୟକ୍ତି ମଧ୍ୟ ଅସୁବିଧାରେ ସମ୍ମୁଖିନ ହେବା ସହ ପ୍ରାଣ ହରାଉଛନ୍ତି । ଏଣୁ ଏହି ସମସ୍ୟା ର ସମାଧାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଅପହଂଚ ଗ୍ରାମ ପଞ୍ଚାୟତ ସମସ୍ତ ପ୍ରସବ କୁ ଆନୁଷ୍ଠାନିକ କରିବା ସହ ସୁରକ୍ଷିତ କରିବା ନିମନ୍ତେ ୨୦୧୮ ମସିହାରୁ ପ୍ରସବ ଜାନ ର ବ୍ୟବସ୍ଥା କରାଯାଇଛି । ଆଜିପର୍ଯ୍ୟନ୍ତ ଏହି ସେବା ଜାରି ରହିଥିବା ବେଳେ ସ୍ଥାନୀୟ ଅଂଚଳବାଶୀ ଙ୍କ ନିମନ୍ତେ ଏହା ବେଶ୍ ସହାୟକ ହେଉଥିବା ପରିଲକ୍ଷିତ ହେଉଛି । ଜିଲ୍ଲାର ବିଭିନ୍ନ ଉପାନ୍ତ ଅଂଚଳ ଭଳି ଫିରିଙ୍ଗିଆ ବ୍ଲକରେ ମଧ୍ୟ ଏହି ପ୍ରସବ ଜାନ ଉପଲବ୍ଦ ଅଛି । ସାଡିଙ୍ଗିଆ, ସୁମରବନ୍ଧ, ପାଙ୍ଗା ଉପରସାହି, ଜାଜେସପାଙ୍ଗା, ଭୃଙ୍ଗିଯୋଡି, ଡିମିରିଗୁଡା, ନୁଆପଦର, ତଳଦଣ୍ଡିକିଆ ଭଳି ଉପାନ୍ତ ଗ୍ରାମ ଗୁଡିକରେ ଏହି ପ୍ରସବ ଜାନ ଗର୍ଭବତୀଙ୍କୁ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ପହଂଚାଇବାରେ ମୂଖ୍ୟଭୂମିକା ତୁଲାଉଛି । ଏହି ଦୂର୍ଗମ ଓ ଅପହଂଚ ଇଲାକା ଗୁଡିକରେ ଗର୍ଭବତୀଙ୍କ ର ପ୍ରସବ ବେଦନା ଆରମ୍ଭ ହେବା ମାତ୍ରେ ସ୍ଥାନୀୟ ଆଶା କର୍ମୀଙ୍କ ମାଧ୍ୟମରେ ଖବର ପାଇବା କ୍ଷଣି ପ୍ରସବ ଜାନ ପହଂଚି ଯାଏ ଏବଂ ରୋଗିଙ୍କୁ ଧରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥାଏ । ଯଦି ଆବଶ୍ୟକ ହୁଏ ତେବେ ଏହି ଗାଡିରେ ତୁରନ୍ତ ପ୍ରସବ କରିବା ନିମନ୍ତେ ମଧ୍ୟ ବ୍ୟବସ୍ଥା ରଖାଯାଇଛି । ଏହାର ସଫଳ ଉପଲବ୍ଧତା କୁ ଅନୁଧ୍ୟାନ କରି ପରବର୍ତୀ ସମୟରେ ୨୦୨୨ ଅକ୍ଟୋବର ମାସରେ ତୁମୁଡିବନ୍ଧ ର ବେଲଘର, କ. ନୂଆଗାଁ ର ଗୁଞିବାଡି ଓ ରାଇକିଆ ର ଇନ୍ଦ୍ରଗଡ ଠାରେ ମଧ୍ୟ ଆଉ ତିନିଗୋଟି ପ୍ରସବ ଜାନ ସ୍ୱାତୀ ଅନୁଷ୍ଠାନ ଙ୍କ ଦ୍ୱାରା ପରିଚାଳିତ କରାଗଲା । ଜିଲ୍ଲାରେ ୨୦୧୮ ମସିହାରୁ ଜିଲ୍ଲାପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସେବା ମାଧ୍ୟମରେ ଫିରିଙ୍ଗିଆ ବ୍ଲକ୍ ରୁ ୧୯୧୦ ଜଣ ତୁମୁଡିବନ୍ଧ ବ୍ଲକ୍ ରୁ ୩୧୬ ଜଣ, କ.ନୂଆଗାଁ ବ୍ଲକରୁ ୪୭୧ ଜଣ ଓ ରାଇକିଆ ବ୍ଲକ୍ ରୁ ୨୧୮ ଜଣ ଗର୍ଭବତୀ ଙ୍କୁ ପ୍ରସବ କାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା କଥା ସ୍ୱାତୀ ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ସୂଚନା ଦେଇଥିଲେ । ।ଏହାଦ୍ୱାରା ବିଶେଶ କରି ଗର୍ଭବତୀ, ପ୍ରସୁତୀ, ନବଜାତ ଶିଶୁ ଓ ଦୂର୍ଘଟଣା ରେ ଗୁରୁତର ବ୍ୟକ୍ତି ମାନେ ଉପକୃତ ହେଉଥିବା ଜଣାପଡିଛି । ପ୍ରସବ ଜାନ ଗୁଡିକୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଡାଯାଇଛି ଯାହାକି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପାଇବାରେ ସୁବିଧା ହେଉଛି । ଏହି ପ୍ରସବ ଜାନ କୁ ପରିଚାଳନା କରିବା ପାଇଁ ଦୁଇଜଣ ଡ୍ରାଇଭର ନିଯୁକ୍ତି ହୋଇଥିବା ବେଳେ ଗର୍ଭବତୀ ମାନଙ୍କୁ ସେବା ଯୋଗାଇବା ପାଇଁ ଦୁଇଜଣ ଆଟେଣ୍ଡାନ୍ଟ ଓ ତିନିଜଣ ଷ୍ଟାପନର୍ଶ ଙ୍କୁ ରଖାଯିବା ର ବ୍ୟବସ୍ଥା କରାଯାଇଛି । ପାହାଡ ଜଙ୍ଗଲ ଘେରା କନ୍ଧମାଳ ଜିଲ୍ଲାରେ ଏହିଭଳି ପ୍ରସବ ଜାନ ର ସେବା ବ୍ୟବସ୍ଥା କୁ ସାଧାରଣ ରେ ପ୍ରଶଂଶା କରାଯାଉଥିବା ବେଳେ ଅନ୍ୟ ଅଂଚଳ ଗୁଡିକରେ ମଧ୍ୟ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି ହେଉଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।