January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଖାଦ୍ୟ ନିରାପତ୍ତା ଅଧୀନରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ

ଏହି ବୈଠକରେ ତମାଖୁର କୁପ୍ରଭାବ, ଏହାର ବ୍ୟବହାର ଉପରେ ରୋକ ଲଗାଇବାପାଇଁ ଜାତୀୟ ସ୍ତରରେ ଥିବା ଆଇନ ବ୍ୟବସ୍ଥା ଏବଂ ଯୁବସମାଜ ଉପରେ ତମାଖୁର ଖରାପ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା।


ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ ) : ୨୬/୧୦

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଖାଦ୍ୟ ନିରାପତ୍ତା ଅଧୀନରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ
ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ ତଥା ତମାଖୁ ମୁକ୍ତ ଯୁବା ଅଭିଯାନ ୨.O ଏବଂ ଖାଦ୍ୟ ନିରାପତ୍ତା ବିଷୟରେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସହ ଜନସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ତମାଖୁର କୁପ୍ରଭାବ, ଏହାର ବ୍ୟବହାର ଉପରେ ରୋକ ଲଗାଇବାପାଇଁ ଜାତୀୟ ସ୍ତରରେ ଥିବା ଆଇନ ବ୍ୟବସ୍ଥା ଏବଂ ଯୁବସମାଜ ଉପରେ ତମାଖୁର ଖରାପ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ୨ ମାସ ଧରି ଚାଲୁରହିଥିବା ତମାଖୁ ମୁକ୍ତ ଯୁବା ଅଭିଯାନ ୨. O ଉପରେ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା।

ଜିଲ୍ଲା ତମାଖୁ ନିୟନ୍ତ୍ରଣ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯକ୍ରମ, ଆଗାମୀ ଦିନର ଯୋଜନା ଏବଂ ତମାଖୁ ନିୟନ୍ତ୍ରଣ ଦିଗରେ ବିଭିନ୍ନ ବିଭଗର ଦାୟତ୍ଵ ଉପରେ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାରେ ତମାଖୁ ବ୍ୟବହାରକୁ ନିୟନ୍ତ୍ରଣ ଏବଂ ନିଜ ନିଜ ବିଭାଗରେ ଏହାପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ବାରୋପ କରିଥିଲେ। ଏହାସହିତ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ୟାଳୟମାନଙ୍କରେ ‘ତମାଖୁ ମୁକ୍ତ ପରିସର’ର ସୂଚନାଫଳକ ଲଗାଇବା ସହ, ଏଥିପ୍ରତି ସବୁ ବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସବୁ ବିଭାଗ ମିଳିତ ପଦକ୍ଷେପ ନିମନ୍ତେ ଆହ୍ବାନ କରିଥିଲେ।

ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ ଶିକ୍ଷାନୁଷ୍ଠାନ ପରିସରରେ ବିକ୍ରି କରାଯାଉଥିବା ଦୋକାନଗୁଡିକୁ ନିୟମିତ ଭାବରେ ଯାଞ୍ଚ କରିବା, ସମସ୍ତ ସରକାରୀ ଅନୁଷ୍ଠାନରେ ତମାଖୁ ବ୍ୟବହାରକୁ ରୋକ ଲଗାଇବା ପାଇଁ ଯାଞ୍ଚ ଏବଂ ସଚେତନତା ସୃଷ୍ଟି କରିବା ନିମନ୍ତେ ଏନଫୋର୍ସମେନ୍ଟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନ ପାଖରେ ତମାଖୁଦ୍ରବ୍ୟ ବିକ୍ରି କରାଯିବା ଏକ ଅପରାଧ ଉପରେ ଗୁରୁତ୍ବାରୋପ କରି, ଶିକ୍ଷା ବିଭାଗକୁ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଏଥିସହିତ ସମସ୍ତ ସ୍କୁଲ, କଲେଜ, ସ୍ବାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ନିୟମିତ ଯାଞ୍ଚ ଏବଂ ସଚେତନତା କାର୍ଯକ୍ରମ କରିବା ପାଇଁ ନିର୍ଦେଶ ଦେଇଥିଲେ।


ଅନ୍ୟ ଏକ ବୈଠକରେ ଖାଦ୍ୟ ନିରାପତ୍ତା ବିଭାଗ ସୁନ୍ଦରଗଡ଼ ଏବଂ ରାଉରକେଲା ମହାନଗର ନିଗମ ଦ୍ଵାରା ବିଭିନ୍ନ କାର୍ଯକ୍ରମ ଉପରେ ତଥ୍ୟ ପ୍ରଦାନ କରାଯାଇଥିଲା। ଖାଦ୍ୟ ନିରାପତା ନିୟମ ଅଧିନସ୍ଥ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଖାଦ୍ୟ ସାମଗ୍ରୀ ଦୋକାନ ଏବଂ ଅନ୍ୟାନ ଖାଦ୍ୟ ଉତ୍ପାଦନ କେନ୍ଦ୍ର ମାନଙ୍କର ଲାଇସେନ୍ସ ଆଇନ ଅନୁଯାଇ ବାଧ୍ୟତାମୂଳକ, ଏହା ଉପରେ ଗୁରୁତ୍ବାରୋପ କରି ଖାଦ୍ୟ ନିରାପତ୍ତା ଅଧିକାରୀ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ।

ଏଥିସହିତ ଆହାରକେନ୍ଦ୍ର, ମନ୍ଦିରରେ ପ୍ରଦାନ କରାଯାଉଥିବା ଭୋଗ, ବିଭିନ୍ନ ସ୍କୁଲର ଖାଦ୍ୟ ଏବଂ ଚିକିତ୍ସାଳୟରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଏବଂ ଆବଶକୀୟ ଲାଇସେନ୍ସ ନିୟମିତ ସମୟରେ କରିବା ନିମନ୍ତେ ସମସ୍ତ ବିଭାଗକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ, ସମସ୍ତ ସ୍କୁଲ ଏବଂ ହସ୍ଟେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ଏବଂ ଲାଇସେନ୍ସ କରାଇବା ପାଇଁ ତତ ସମ୍ବନ୍ଧୀୟ ବିଭାଗକୁ ନିର୍ଦେଶ ଦେଇଥିଲେ। ଏହାସହ ମେଳା ଏବଂ ବିଭିନ୍ନ ରାସ୍ତା କଡ ଖାଦ୍ୟଷ୍ଟଲ ଗୁଡିକୁ ନିୟମିତ ଯାଞ୍ଚ କରିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗକୁ କହିଥିଲେ।

Latest news