February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭବାନୀପାଟଣା ରୁ ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ।

କଳାହାଣ୍ଡି:୨୯/୧୧
ରିପୋର୍ଟ—ସନତ ପ୍ରଧାନୀ


କଳାହାଣ୍ଡି ଜିଲ୍ଲାବାସୀଙ୍କବିଶ୍ୱାସ ଓ ନିଷ୍ଠାକୁ ପୁଞ୍ଜି କରି ସମସ୍ତଙ୍କୁ ଏକାଠି କରିବା ଓ ସେମାନଙ୍କ ଆସ୍ଥାକୁ ସମ୍ମାନ ଦେଇ ଏକ ସଶକ୍ତ କଳାହାଣ୍ଡି ଜିଲ୍ଲା ଗଠନ କରିବାର ସ୍ୱପ୍ନ ଦେଖିଥିବା ଡିଫାଇନ୍ କଳାହାଣ୍ଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଆଜି ତାହାର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ।

ଏହି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯକ୍ରମ ଆଜି ଅପରାହ୍ନ ରେ ସ୍ଥାନୀୟ ଭବାନୀପାଟଣା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯକ୍ରମ ରେ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ଯୋଗ ଦେଇଥିଲେ । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଥିବା ବେଳେ ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବା ସହ ୧ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଡିଫାଇନ କଳାହାଣ୍ଡି ର ସଦସ୍ୟ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଡିଫାଇନ କଳାହାଣ୍ଡି ର ଏକ ମାତ୍ର ଉଦ୍ଦେଶ୍ଵ କଳାହାଣ୍ଡି ଜିଲ୍ଲାର ବିକାଶ , କଳାହାଣ୍ଡି ରେ ତ ଅନେକ ସମସ୍ୟା ରହିଛି କିନ୍ତୁ ମୁଖ୍ୟ ସମସ୍ୟା ହେଲା ବେକାରୀ ସମସ୍ୟା ଓ ଦ୍ୱିତୀୟ ହେଲା ମଦ , ଆଜି ଯୁବକ ଯୁବତୀ ମାନେ ପାଠ ପଢ଼ି କି ବେକାରୀ ରହୁ ଥିବା ବେଳେ ମଦ ମାଧ୍ୟମରେ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଘରର ମୁଖିଆ ଯାହା ଉପାର୍ଜନ କରୁଛି ତାହା ମଦ ପିଇ ସର୍ବସ୍ବାନ୍ତ ହେଉଛନ୍ତି । ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ମଧ୍ୟ ଲାଗି ରହିଛି ତେଣୁ ଚାଷୀ ମାନଙ୍କ ସହ ମଧ୍ୟ ଆମେ ଅଛୁ ବୋଲି କହିବା ସହ ଜିଲ୍ଲାରେ ଲାଗି ରହି ଥିବା ବିଭିନ୍ନ ସମସ୍ୟା ସହ ଡିଫାଇନ କଳାହାଣ୍ଡି ଅଛି ବୋଲି ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ପ୍ରକାଶ କରିଥିଲେ । ଏହି ସଦସ୍ୟ ସଂଗ୍ରହ ଅଭିଯାନ ରେ ଭବାନୀପାଟଣା ସହର ଓ ଆଖପାଖ ଅଂଚଳର ହଜାର ହଜାର ଯୁବକ ଯୁବତୀ ମହିଳା ପୁରୁଷ ଯୋଗ ଦେଇଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।