ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୯
କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିପଳପଡା ରେ ରବିବାର ଅପରାହ୍ନ ସମୟରେ ବଜ୍ରାଘାତରେ ଗୋଟିଏ ମଇଁଷି ର ମୃତ୍ୟୁ ଘଟିଥିବା ଜଣାପଡିଛି। ଆଜି ଅପରାହ୍ନ ସମୟରେ ଝଡ଼ବାତ୍ୟା ସହ ପ୍ରବଳ ବର୍ଷା ହୋଇଥିଲା।
ଏହି ସମୟରେ ପିପଲପଡ଼ା ଗ୍ରାମର ନନ୍ଦ ମଶ୍ରା ନିଜ ମଇଁଷି ଦି ପଟକୁ ରଜାମୁଡ଼ା ପଡ଼ିଆକୁ ଚରେଇବାକୁ ନେଇଥିଲେ । ପ୍ରବଳ ବର୍ଷା ହେବାରୁ ନନ୍ଦ ମଶ୍ରା ପାଖ ବାଉଁଶ ବୁଦାକୁ ଲୁଚିବାକୁ ଯାଇଥିଲେ। କିନ୍ତୁ ହଠାତ ଘଡଘଡି ସହ ବିଜୁଳି ମାରିବାରୁ ବଜ୍ରାଘାତରେ ଗୋଟିଏ ମଇଁଷିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପରିବାର ଅତି ଗରିବ ହୋଇଥିବାରୁ ଏବଂ ଚଲିବା ପାଇଁ ଉକ୍ତ ମଇଁଷି ଉପରେ ସଂପୂର୍ଣ୍ଣ ରୁପେ ନିର୍ଭର କରୁଥିବାରୁ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି । ପରିବାର ସହାୟତା ରାଶି ଯୋଗାଇ ଦେବାକୁ ସରକାର ତଥା ପ୍ରଶାସନକୁ ନିବେଦନ କରିଛନ୍ତି ।
More Stories
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।