ମୋ ଟିଭି ଓଡିଶା / ଭୁବନେଶ୍ୱର :
ଖାରବେଳ ଭବନ ପରିଦର୍ଶନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ସେ ଖାରବେଳ ଭବନ ପରିଦର୍ଶନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାତାନନ ନବନିଯୁକ୍ତ ମନ୍ତ୍ରୀଙ୍କୁ ବିଭାଗୀୟ କାର୍ଯ୍ୟ ସହ ଜାରି ରହିଥିବା ଯୋଜନା ବାବଦରେ ଅବଗତ କରାଇଛନ୍ତି । ଏହା ପୂର୍ବରୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଶାସନ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ବିଭାଗର ଅଧିକାରୀଙ୍କ ବାବଦରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ବୁଲିବା ସହ ବିଭାଗରେ କାର୍ଯ୍ୟ କାରକରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ମାନଙ୍କ ସହ ବିଭାଗର କାର୍ଯ୍ୟକୁ ନେଇ ଆଲୋଚନା କରିଛନ୍ତି । ଆଉ ନିଷ୍ଠାର ସହ ବିନା ଚାପରେ ବିନା ଦ୍ବନ୍ଦ୍ବରେ ଲୋକଙ୍କ ପାଇଁ କାର୍ଯ୍ୟକରିବାକୁ କହିଛନ୍ତି । ଖାରବେଳ ଭବନ ପରିଦର୍ଶନ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାତାନନଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ଉପଧକ୍ଷ ବଳବନ୍ତ ସିଂ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।