MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମିଶ୍ରଣପର୍ବ ଓ ମୋଟର ସାଇକେଲ ଶୋଭାଯାତ୍ରା।

ମୋଟିଭି ଓଡିଶା : ଖୋର୍ଦ୍ଧା ୧୩/୦୫: ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ଟାଙ୍ଗି ସ୍ଥିତ ମଧୁମଗଂଳ ପଡିଆ ଠାରେ ଟାଙ୍ଗି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ବିଜେଡିର‌ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ବିଜେପି ର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିରେ ଏକାଧିକ ସରପଞ୍ଚ, ସମିତିସଭ୍ୟ ସମିତିସଭ୍ୟା, ବୁଦ୍ଧିଜୀବୀ, ଶିକ୍ଷାବିତ, ଯୁବ ଓ ସାଧାରଣ ଜନତା ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଥିଲେ।

ବିଜେପି ର ମିଶ୍ରଣ ପର୍ବ ପରେ ଶହଶହ ମୋଟର ସାଇକେଲ ଶୋଭାଯାତ୍ରା ଟାଙ୍ଗି ଗ୍ରାମପଞ୍ଚାୟତ, ବଡପାରି ଗ୍ରାମପଞ୍ଚାୟତ, ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ, ପାରିଓରଡ ଗ୍ରାମପଞ୍ଚାୟତ, କୁହୁଡି ଗ୍ରାମପଞ୍ଚାୟତ ଓ ରତନପୁର ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଭୋଟରଙ୍କ ନିକଟତର ହୋଇଥିଲେ। ବିଜେପି ଶୋଭାଯାତ୍ରା ଯାଉଥିବା ବେଳେ ସ୍ୱତଃପ୍ରଭୁତ ଭାବରେ ହଜାର ହଜାର ଲୋକ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସମର୍ଥନ ଜଣାଇବା ଦେଖାଦେଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।