ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ
ବାଲିଗୁଡ଼ା: (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି ଫ୍ୟାକ୍ଟ୍ରି ବନ୍ଦ କରିଥିଲେ ମାଲିକ ଅଶୋକ କୁମାର ସାହୁ। ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରି ସାମ୍ନାରେ ଥିବା ନିଜ ବାସ ଗୃହରୁ ବାହାରକୁ ବାହାରିଥିବା ବେଳେ ଫ୍ୟାକ୍ଟ୍ରି ଭିତରୁ ଧୁଆଁ ଓ ନିଆଁ ବାହାରୁଥିବା ବିଷୟ ଶ୍ରୀ ସାହୁ ଦେଖି ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳେକୁ ଫ୍ୟାକ୍ଟ୍ରି ଭିତରେ ଥିବା ମିକ୍ଚର ପାଇଁ ବ୍ୟବହୃତ କଞ୍ଚାମାଲ୍, ବିଭିନ୍ନ ମେସିନାରୀ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି । ସେପଟେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବିଷୟ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।