MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ବ୍ଲକ ବିଭିନ୍ନ ଗ୍ରାମରେ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

ମୋ ଟିଭି ଓଡିଶା / କଳାହାଣ୍ଡି : ୧୪/୦୭


ଧର୍ମଗଡ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଆଜି କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ କୋକସରା ବ୍ଲକ ର ସର୍ଗିଗୁଡା, ନୂଆଗୁଡା , ଡ଼ହଗାଁ, ଝାରବନ୍ଧ, ସାରସମାଲ, ଛିଲିପାମାଲ, ଡାଲଗୁମା, ମୂଷାପାଲି ଗ୍ରାମରେ ପହଞ୍ଚିଥିବା ବେଳେ ବିଧାୟକଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ପଥପ୍ରାନ୍ତ ସଭା ଆୟୋଜିତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅଞ୍ଚଳ ର ମୌଳିକ ସମସ୍ୟା ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଆଵାସ ଯୋଜନା, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସମ୍ପର୍କରେ ଆଲୋଚନା କରିଥିଲେ।

ବିଧାୟକ ଶ୍ରୀ ପାଟ୍ଟଯୋଶୀ ବିଜେପି ସରକାର ଲୋକଙ୍କ ସରକାର, ଏଣୁ ଆଗାମୀ ଦିନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ରହିଥିବା ମୌଳିକ ସମସ୍ୟା, ଲୋକଙ୍କ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିବ ଓ ମୁଁ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଅଞ୍ଚଳ ର ସମସ୍ୟା ଉପସ୍ଥାପନ କରି ସମାଧାନ ଦିଗରେ ତତ୍ପର ରହିବି ଓ ଜନ ସାଧାରଣଙ୍କ ସହଯୋଗରେ ଆମେ ନିଶ୍ଚୟ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିକାଶ କୁ ତ୍ୱରାନ୍ୱିତ କରିବା ବୋଳି କହିଛନ୍ତି।

ବିଧାୟକଙ୍କ ସହ ବିଜେପି ନେତୃବୃନ୍ଦ ପୂର୍ବତନ ସରପଞ୍ଚ ଖୁଣ୍ଟିଆ ଧର୍ମବ୍ରତ ପଣ୍ଡା, ଧର୍ମଗଡ ନଗର ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ବାଞ୍ଛାନିଧି ଯୋଶୀ, ଜିଲ୍ଲା ଯୁବମୋର୍ଚ୍ଚା ସୁଜିତ ରାଜପୁତ, ମୋଟେର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଭୁପେନ୍ଦ୍ର ଗୋପାଳ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଅପ୍ରେସ ସ୍ୱାଇଁ, ବରିଷ୍ଠ ନେତା ଖଇର ପଦର ମଣ୍ଡଳ ସଭାପତି ଜୟଶଙ୍କର ମୁଣ୍ଡ,ଅମିନ ରଣା, ମଦନ ବୋଡକିଆ ବିଦ୍ୟାଧର ଗୋପାଳ ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।