February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁକ୍ତିଲାଭ କଲା ” ମୋ ଖୁସି ଚୁଲି କି ଯାଉ “

ମୋଟିଭି ଓଡିଶା : ଏବେ ନିକଟରେ ଧୁନ୍ ଓଡ଼ିଆ ( DHOON ODIA) ୟୁଟ୍ୟୁବରେ ଗୋଟିଏ ନୂଆ ଚଇତି ଦେଶିଆ ଗୀତ ମୁକ୍ତିଲାଭ କରିଛି , ଯାହାର ନାଆଁ ହଉଚି ” ମୋ ଖୁସି ଚୁଲି କି ଯାଉ “l ଏହି ଭିଡିଓ ଗୀତଟିର ସାରମର୍ମ ହେଉଚି,  ଆଜିକାଲି ର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ନିଜ ନିଜ ର ଖୁସି ପାଇଁ ବ୍ୟସ୍ତ। ମାତ୍ର ଏଥିରେ ଏହାର ବିପରୀତ ଚଳଣିର ଅବତାରଣା କରାଯାଇଛି। ଗୋଟିଏ ନିପଟ ମଫସଲି ଗାଁ ର ସ୍ୱାମୀ ସ୍ତ୍ରୀ ଙ୍କ ଚଳଣି କୁ ନେଇ ଏହି ଗୀତ ଟି ପ୍ରସ୍ତୁତ ହୋଇଛି । ଗରୀବ ଦମ୍ପତି ଟି ଖୁବ୍ ଅଭାବ ଅନାଟନ ଭିତରେ ଚଳନ୍ତି। ଅନେକ ଅଭାବ ଭିତରେ ବି ଗୋଟିଏ ଭାବ ଥାଏ ପରସ୍ପର କୁ ବୁଝିବା ଆଉ ଭଲପାଇବା। ନାହିଁ ନାହିଁ ର ସଂସାର ଭିତରେ ସେମାନଙ୍କର ଯେମିତି ସବୁକିଛି ଥାଏ, ସେମାନଙ୍କ ଉପଲବ୍ଧି ରେ । ସେମାନେ ପରସ୍ପରର ଖୁସି ପାଇଁ ଉତ୍ସର୍ଗୀକୃତ। ନିଜର ଖୁସି ଦରକାର ନାହିଁ ପରନ୍ତୁ ଅନ୍ୟ ଜଣଙ୍କର ଖୁସି ତାଙ୍କର ଦରକାର । ଏମିତି ଏକ ଉତ୍ସର୍ଗୀକୃତ ତ୍ୟାଗମୟ ଜୀବନ କୁ ନେଇ ବଞ୍ଚିବା ରେ ଯେ ପ୍ରକୃତ ଖୁସି ଅଛି,ତାହା ଏହି ଗୀତ ଭିଡିଓ ଟିରେ ପ୍ରତିପାଦିତ ହୋଇଛି। ଗୀତ ଭିଡିଓ ଟି DHOON ODIA YouTube channel ରେ ଉପଲବ୍ଧ ହେଉଥିବା ସ୍ଥଳେ ଏଥିରେ କଣ୍ଠଦାନ କରିଛନ୍ତି ଆଜିକାଲି ର the most sensational romantic singer S JITU ଏବଂ SOUJANYA RATH.ଗୀତଟିକୁ ଲେଖିଛନ୍ତି ଓ ସଙ୍ଗୀତ ରେ ସଜେଇଛନ୍ତି ଆଜିକାଲି ଆଗଧାଡିର ,The most promising Music Director GAGAN BEURA. । ଏବେ ଏହି ଚଇତି ଦେଶିଆ ଗୀତ ଟି ଯୁବ ବର୍ଗ ମାନଙ୍କ ମଧ୍ୟରେ ବେଶ୍ ଆଦୃତ ହେବାରେ ଲାଗିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।