ଖୋର୍ଦ୍ଧା ( ମୋ ଟିଭି ଓଡିଶା ) :
କଟକସ୍ଥିତ ଆଇନ ସେବା ସଂସ୍ଥାମନ କ୍ଲାପ କମିଟି ଫର ଲିଗାଲ ଏଡ୍ ଟୁ ପୋର ଆନୁକୂଲ୍ୟରେ ଖୋର୍ଦ୍ଧା ବ୍ଲକ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଓଁ ଶାନ୍ତି ଭବନ ଜଙ୍କିଆ ସେବା କେନ୍ଦ୍ର ପରିସରରେଏକ ଭ୍ରାମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।
କ୍ଲାପର ସଂଯୋଜିକା ବିଜୟଶ୍ରୀ ବାରିକ, ଆଇନିଜିବୀ ବିଜୟକୁମାର ପଣ୍ଡା, ଚନ୍ଦ୍ରଦେବ ପୁରହିତ, ସମିନା ସାହିଲି, ଜଙ୍କିଆ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ବିକେ ଉମା,ବିକେ ଅଭିମନ୍ୟୁ ଭାଇ ପ୍ରମୁଖ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଆଖପାଖ ଅଂଚଳର ପ୍ରାୟ ୬୦ରୁ ଉର୍ଦ୍ଧ ହିତାଧିକାରୀ ନିଜନିଜର ଆଇନଗତ ସମସ୍ୟା ସହ ଶିବିରରେ ଉପସ୍ଥିତ ହୋଇଥିଲେ । ସମସ୍ତ ହିତାଧିକାରୀ ମାନଙ୍କର ସମସ୍ୟାକୁ ଶୁଣାଣୀ କରାଯାଇ ଆଇନୀଗତ ଉପଦେଶ ଦିଆଯାଇଥିଲା ।
ଅପରାଧୀକ ମାମଲା ଫୌଜଦାରୀ ମାମଲା ବିସ୍ଥାପନ, ହିଂସା, ଶୋଷଣ, ନିର୍ଯ୍ୟାତନା, ସାମାଜିକ ସୁରକ୍ଷା ଯୋଜନାରୁ ବର୍ଦ୍ଧିତ ହିତାଧୂକାରୀ ମାନେ ସେମାନଙ୍କର ସମସ୍ୟାକୁ ଜଣାଇବା ସହିତ ସମାଧାନ ନିମନ୍ତେ କ୍ଲାପ ଅନୁଷ୍ଠାନକୁ ନିବେଦନ କରିଥିଲେ । କ୍ଲାପ ପକ୍ଷରୁ ସମସ୍ତ ଅଭିଯୋଗକୁ ଗ୍ରହଣ କରିବା ସହିତ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । କୈାଣସି ଲୋକ ଯେପରି ନ୍ୟାୟିକ ପ୍ରକ୍ରିୟାରୁ ବଠିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କ୍ଲାପର ସଂଯୋଜିକା ବିଜୟଶ୍ରୀ ବାରିକ ମତ ଦେଇଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।